www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଵାମୀ ରବର୍ଟ ଭଦ୍ରାଙ୍କ ୩୬ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ୩୬ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି। ଜବତ ୪୩ଟି ସ୍ଥାବର ସମ୍ପତ୍ତି ରବର୍ଟ ଓ ତାଙ୍କ କମ୍ପାନୀର ମାଲିକାନାରେ ରହିଛି ବୋଲି ତଦନ୍ତକାରୀ ଏଜେନ୍ସିର ଅଧିକାରୀ କହିଛନ୍ତି। ହରିୟାଣାର ଶିଖୋପୁର ଗ୍ରାମରେ ରବର୍ଟ କରିଥିବା ଜମିବାଡି କିଣାବିକା ବୁଝାମଣା ପଛର ଅର୍ଥ ହେରଫେର ଦିଗ ଉପରେ ଇଡି ତଦନ୍ତ କରି ଏହି ପଦକ୍ଷେପ ନେଇଛି। ଏହି ମାମଲାକୁ ନେଇ ରବର୍ଟ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ (ଚାର୍ଜସିଟ୍‌) ଦାଖଲ କରାଯାଇଛି। ହରିୟାଣାର ଗୁରୁଗ୍ରାମସ୍ଥିତ ମାନେଶର-ଶିଖୋପୁର ଅଞ୍ଚଳରେ ଜମି କିଣାବିକା ଘଟଣାରେ ଭଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଇଡି ପକ୍ଷରୁ ଚଳିତବର୍ଷ ଏପ୍ରିଲରେ ଭଦ୍ରାଙ୍କୁ ଇଡି ପକ୍ଷରୁ କ୍ରମାଗତ ତିନିଦିନ ଜେରା କରାଯାଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories