www.samajalive.in
Thursday, December 11, 2025
27.1 C
Bhubaneswar

ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ, ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି

ମେଷ: ଦୁର୍ଜନ ବ୍ୟକ୍ତିଙ୍କୁ ଦୂରୁ ଜୁହାର କରି ତାଙ୍କୁ ସବୁଦିନ ପାଇଁ ତ୍ୟାଗ କରିବାକୁ ପଡ଼ିବ। ଅବାଞ୍ଛିତ କାର୍ଯ୍ୟରୁ ଓହରିଯିବା ସର୍ବାଦୌ କର୍ତ୍ତବ୍ୟ। ଭକ୍ତିଯୁକ୍ତ, ଧର୍ମଯୁକ୍ତ ହେଲେ ରିଷ୍ଟ ଖଣ୍ଡନ ହେବ। କର୍ମଚଞ୍ଚଳ ରହିବେ।
ବୃଷ: ରୂପବତୀ ପତ୍ନୀ ସୁସନ୍ତାନଯୁକ୍ତା ହେବେ। ପତିବ୍ରତା ଗୁଣର ଅଧିକାରୀ ହେବେ। ଆଚାର ବ୍ୟବହାରରେ ସଂସ୍କାରିକା ହୋଇପାରନ୍ତି। ଦେବତା ଓ ବ୍ରାହ୍ମଣମାନଙ୍କଠାରେ ଭକ୍ତିଭାବ ରହିବ। ଧର୍ମ ପ୍ରଚାରକ ହେବେ।
ମିଥୁନ: ପତ୍ନୀଙ୍କ ପାଇଁ ପଡ଼ୋଶୀଙ୍କ ସହିତ ଶତ୍ରୁତା ଭାବାପନ୍ନ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। କଷ୍ଟପ୍ରଦ ହେବ। ଭ୍ରାତାମାନଙ୍କଠାରେ ସ୍ନେହଭାବ ରଖିଲେ ଶତ୍ରୁ କବଳରୁ ରକ୍ଷା ମିଳିବ। ସୁସ୍ଥ ରହିବେ।
କର୍କଟ: ସନ୍ତାନ, ସନ୍ତତିମାନେ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ। କୀର୍ତ୍ତିମାନ୍‌ ହେବେ। ମହାନୁଭବ ପଦ ମର୍ଯ୍ୟାଦାଯୁକ୍ତ ହୋଇପାରନ୍ତି। ଧନବାନ୍‌ ହେବେ। ବିନୟାବନତ ହୋଇପାରନ୍ତି। ଧର୍ମଜ୍ଞ ହେବେ।
ସିଂହ: ସମସ୍ତ ଦୁଃଖର ପରିସମାପ୍ତି ଘଟାଇ ହଠାତ୍‌ ସୁଖ ସାଗରରେ ସନ୍ତରଣ କରିବାର ସୁଯୋଗ ପାଇବେ। କୁମିତ୍ରମାନେ ଆପଣାଛାଏଁ ଅପସରି ଯିବେ। ପ୍ରତ୍ୟେକ କ୍ଷେତ୍ରରେ ବଡ଼ ଭାଇପଣିଆ ରହିବ। କର୍ମଠ ହେବେ।
କନ୍ୟା: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ସହାୟତା ଓ ପରାମର୍ଶ ଶୁଭଙ୍କର ହେବ। ପତ୍ନୀ ଧର୍ମପରାୟଣ ହୋଇ ଧର୍ମ ପଥରେ ଆପଣଙ୍କୁ ପରିଚାଳିତ କରିବେ। ଗୁରୁ, ଗୁରୁଜନଙ୍କ ପ୍ରତି ଭକ୍ତିଭାବ ରହିବ। ଧନାଗମ ହେବ।
ତୁଳା: କର୍ତ୍ତବ୍ୟ ପରାୟଣତା ଧନାଗମର କାରଣ ହେବ। ସୁପୁତ୍ରର ରୋଜଗାରରୁ ଧନ ବୃଦ୍ଧି ଘଟିପାରେ। ବ୍ୟବସାୟରୁ ସ୍ବଳ୍ପ ଲାଭର ସୂଚନା ମିଳୁଛି। ଗୁରୁକଲ୍ୟାଣରୁ ଧନାଗମ ହୋଇପାରେ।
ବିଛା: ଚିତ୍ର ବିଦ୍ୟା ପାରଦର୍ଶୀ ହେବେ। ସଂଗ୍ରାମରେ ସାହସିକତାର ପରିଚୟ ସୃଷ୍ଟି କରିବେ। କର୍ତ୍ତବ୍ୟନିଷ୍ଠାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଥାରୁଢ଼ ହେବେ। କଥା ଶୈଳୀରେ ବ୍ୟବସାୟ ଲାଭପ୍ରଦ ହୋଇପାରେ।
ଧନୁ: ସେବା ପରାୟଣ ହୋଇପାରନ୍ତି। କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ଉଚ୍ଚାସନରେ ଆସୀନ କରିପାରେ। ମୃଷ୍ଟିମେୟ ବ୍ୟବହାରରେ ସର୍ବପ୍ରିୟ ହେବେ। ଯଥାର୍ଥ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସା ପାଇପାରନ୍ତି।
ମକର: ଜଳଯାନ ପରିଚାଳନାରେ ଧନାଗମ ହେବ। ବିଦେଶବାସରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ଚାକିରି କ୍ଷେତ୍ରରୁ ଅର୍ଥାଗମ ହେବ। ଆବଶ୍ୟକ ମୁତାବକ ଅଧିକ ବ୍ୟୟ ପାଇଁ କୁଣ୍ଠିତ ହେବେ ନାହିଁ।
କୁମ୍ଭ: କୁଳୋଚିତ କର୍ତ୍ତାଭାବେ ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ସଦାସର୍ବଦା ସମସ୍ତଙ୍କ ଆଦରଣୀୟ ହେବେ। ଦ୍ବିଜ ଭକ୍ତିରେ ଅଟଳ ରହି ବିହୀତ କର୍ମ ସମ୍ପାଦନ କରିପାରନ୍ତି। ସନ୍ମାର୍ଗୀ ହେବେ। ଦାନ ଧର୍ମ କରିପାରନ୍ତି।
ମୀନ: ଧର୍ମ ରକ୍ଷାକାରୀ ହେବେ। ତୀର୍ଥ ପର୍ଯ୍ୟଟନ ପାଇଁ ମନ ବଳାଇ ପାରନ୍ତି; ମାତ୍ର ସୁବିଧା ସୁଯୋଗ ମିଳିବା କଷ୍ଟଦାୟକ ହେବ। ଯଜ୍ଞାଦି କର୍ମରେ ନିୟୋଜିତ ହୋଇ ପାପନାଶକ ଓ ଧର୍ମରକ୍ଷକ ହୋଇପାରନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories