www.samajalive.in
Saturday, December 6, 2025
14.1 C
Bhubaneswar

ଟିମ୍‍ ଇଣ୍ଡିଆର ପରାଜୟକୁ ନେଇ ଏମିତି କହିଲେ ତେନ୍ଦୁଲକର

ସମାଜ ଡିଜିଟାଲ ଡେସ୍କ: ଲଡର୍ସ ଟେଷ୍ଟରେ ଟିମ୍‍ ଇଣ୍ଡିଆ ମାତ୍ର ୨୨ରନରେ ପରାଜିତ ହେବା ଦ୍ୱାରା ଭାରତୀୟ ଦଳ ଏବେ ସିରିଜରେ ମଧ୍ୟ ପଛରେ ପଡିଯାଇଛି । ଏହି ବିଜୟ ସହିତ ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ଲର୍ଡସରେ ପଞ୍ଚମ ଦିନରେ ଟିମ୍‍ ଇଣ୍ଡିଆକୁ ବିଜୟୀ କରାଇବା ପାଇଁ ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ, ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବୋଲରଙ୍କୁ ସାହସିକତାର ସହିତ ସାମ୍ନା କରିଥିଲେ କିନ୍ତୁ ଶେଷରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଲା । ଲର୍ଡସରେ ପରାଜୟ ପରେ କ୍ରିକେଟର ଗଡ୍‍ ସଚିନ ତେନ୍ଦୁଲକର ପ୍ରତିକ୍ରିୟା ରଖିଛନ୍ତି ।

ଲର୍ଡସରେ ପଞ୍ଚମ ଦିନରେ ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଯେପରି ବ୍ୟାଟିଂ କରିଥିଲେ ତାହାକୁ ସମସ୍ତେ ଏବେ ପ୍ରଶଂସା କରୁଛନ୍ତି । ସେହି ସମୟରେ ସଚିନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ‘ବିଜୟର ଏତେ ନିକଟର, ଜାଡେଜା, ବୁମରା ଏବଂ ସିରାଜ ଶେଷ ପର୍ଯ୍ୟନ୍ତ ଲଢିଥିଲେ । ବହୁତ ଭଲ ପ୍ରୟାସ ଟିମ୍‍ ଇଣ୍ଡିଆ । ଇଂଲଣ୍ଡ ଏତେ ଚାପରେ ରହି ଭଲ ଖେଳିବା ଏବଂ କଷ୍ଟସାଧ୍ୟ ବିଜୟ ପାଇଁ ଅଭିନନ୍ଦନ ।

- Advertisement -

ଦ୍ୱିତୀୟ ଇନିଂସରେ ଚମକ୍ରାର ବ୍ୟାଟିଂ କରିବା ସହିତ ରବିନ୍ଦ୍ର ଜାଡେଜା ୧୮୧ ବଲରେ ୬୧ରନର ଅପରାଜିତ ଇନିଂସ ଖେଳିଥିଲେ । ସେହିପରି ଯଶପ୍ରୀତ ବୁମରା ୫୪ବଲରେ ୫ରନ କରିଥିଲେ, ଏହା ବ୍ୟତୀତ ମହମ୍ମଦ ସିରାଜ ୩୦ବଲରେ ୪ରନ କରିଥିଲେ । ଭାରତ ପାଖରେ ମ୍ୟାଚ ଜିତିବା ପାଇଁ ୧୯୩ ରନର ଆବଶ୍ୟକ ଥିବା ବେଳେ ଦଳ ୧୭୦ରନରେ ଅଲଆଉଟ୍‍ ହୋଇଯାଇଥିଲା ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories