www.samajalive.in
Saturday, December 6, 2025
16.1 C
Bhubaneswar

ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ, ନିଜ ଗାଁ ପଳାସିଆରେ ହେଲା ଅନ୍ତିମ ସଂସ୍କାର

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ବର ଜିଲା ପଳାସିଆ ଗାଁରେ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ ମଙ୍ଗଳବାର ସମ୍ପନ୍ନ ହୋଇଛି। ଭୁବନେଶ୍ଵରରୁ ମରଶରୀରକୁ ତାଙ୍କ ଗାଁକୁ ନିଆଯିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ କାନ୍ଦବୋବାଳିରେ ଫାଟିପଡ଼ିଥିଲା। ଲୁହ ଛଳ ଛଳ ଆଖିରେ ପରିବାର ଏବଂ ଗ୍ରାମବାସୀ ସୌମ୍ୟାଶ୍ରୀଙ୍କୁ ଚିରଦିନ ପାଇଁ ବିଦାୟ ଦେଇଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।

ସୂଚନାଯୋଗ୍ୟ, ସୌମ୍ୟାଶ୍ରୀଙ୍କୁ ତାଙ୍କ କଲେଜ ଅଧ୍ୟାପକ ସମୀର ସାହୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ସୌମ୍ୟାଶ୍ରୀ ଏ ନେଇ କଲେଜ ଅଧ୍ୟକ୍ଷ ଦିଲିପ ଘୋଷଙ୍କଠାରୁ ଆରମ୍ଭ କରି ପୁଲିସ ଏବଂ ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ନ୍ୟାୟ ଦାବି କରିଥିଲେ। କିନ୍ତୁ କେହି ତାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇ ନ ଥିଲେ। ସେ କଲେଜରେ ଧାରଣା ବି ଦେଇଥିଲେ। କିନ୍ତୁ ସବୁଆଡୁ ନିରାଶ ହେବା ପରେ ଗତ ଶୁକ୍ରବାର ସେ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଭୁବନେଶ୍ଵର ଏମସରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଗତ ସୋମବାର ରାତି ପ୍ରାୟା ୧୧ଟା ୪୬ରେ ସେ ଆଖି ବୁଜିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories