www.samajalive.in
Friday, December 5, 2025
27.1 C
Bhubaneswar

ସୌମ୍ୟାଶ୍ରୀ ମୃତ୍ୟୁ: ୧୭ରେ ଓଡ଼ିଶା ବନ୍ଦ ଡାକରା

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାରେ ରାଜ୍ୟବ୍ୟାପୀ ଶୋକପ୍ରକାଶ ପାଇଛି। ନ୍ୟାୟ ମାଗି ହାରିଯାଇଥିବା ସୌମ୍ୟାଶ୍ରୀଙ୍କୁ ମୃତ୍ୟୁ ପରେ ନ୍ୟାୟ ଦେବା ଲାଗି ବିରୋଧୀ ଦଳ ଅଣ୍ଟା ଭିଡିଛନ୍ତି। ଏହି ଘଟଣା ପ୍ରତିବାଦରେ ଆସନ୍ତା ୧୭ ତାରିଖ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। କଂଗ୍ରେସ ସହିତ ୭ଟି ବାମପନ୍ଥୀ ଦଳ ଏହି ବନ୍ଦ ଡାକରା ପାଇଁ ଆହ୍ବାନ କରିଛନ୍ତି।

ଗୁରୁବାର ରାଜ୍ୟବ୍ୟାପୀ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଦୋକାନବଜାର ବନ୍ଦ ରହିବ। ଗତ ସୋମବାର ରାତି ପ୍ରାୟ ୧୧ଟା ୪୬ରେ ଭୁବନେଶ୍ଵର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ବାଲେଶ୍ଵରର ପଳାସିଆ ଗାଁକୁ ନିଆଯାଇଥିଲା ମରଶରୀର। ମଙ୍ଗଳବାର ପୂର୍ବାହ୍ନରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories