www.samajalive.in
Saturday, December 6, 2025
23.1 C
Bhubaneswar

ମ୍ୟାଚ ବେଳେ ରାଗିଲେ ଶୁଭମନ୍‍ ଗିଲ୍‍; ଆଙ୍ଗୁଠି ଦେଖାଇ କହିଲେ…

ହରାରେ: ଘରୋଇ ଇଂଲଣ୍ଡ ବିପକ୍ଷ ଚଳିତ ତୃତୀୟ ଟେଷ୍ଟମ୍ୟାଚ୍‌ରେ ଶନିବାର ତୃତୀୟ ଦିନର ଶେଷଆଡ଼କୁ ଉତ୍ତେଜନା ଦେଖିବାକୁ ମିଳିଥିଲା। ତୃତୀୟ ଦିନର ଷ୍ଟମ୍ପ୍ ଅପସାରଣ ପୂର୍ବରୁ ଇଂଲଣ୍ଡକୁ ଅତିବେଶିରେ ୨ ଓଭର ଖେଳିବା ପାଇଁ ସମୟ ବାକିଥିଲା। ଜ୍ୟାକ୍‌ କ୍ରଲିଙ୍କୁ ଯଶପ୍ରୀତ ବୁମ୍‌ରା ବୋଲିଂ କରିଥିବା ବେଳେ ବୁମ୍‌ରା ବଲ୍‌ ପକାଇବାକୁ ଯାଉଥିବା ବେଳେ କ୍ରଲି କ୍ରିଜ୍‌ରୁ ବାହାରି ଯାଇଥିଲେ। ଏଥିରେ ଭାରତୀୟ ଫିଲ୍‌ଡର କ୍ଷୁବ୍‌ଧ ହୋଇଥିଲେ। ଓଭରର ୫ମ ବଲ୍‌ କ୍ରଲିଙ୍କ ଗ୍ଲୋଭ୍‌ସରେ ବାଜିବାରୁ ସେ ଗ୍ଲୋଭ୍‌ସ କାଢ଼ି ଫିଜିଓଙ୍କୁ ଡାକିଥିଲେ। ଆଉ ଗୋଟିଏ ଓଭର ନ ଖେଳିବା ଲାଗି ସମୟ ନଷ୍ଟ କରିବାକୁ କ୍ରଲି ଏପରି କରୁଛନ୍ତି ବୋଲି ଅନୁଭବ କରି ଭାରତୀୟ ଖେଳାଳି ତାଙ୍କୁ ଘେରି ତାଳିମାରି ଚିଡ଼ାଇଥିଲେ। ସ୍ଲିପ୍‌ରେ ଥିବା ଅଧିନାୟକ ଶୁଭମନ ଗିଲ୍‌ ଅତ୍ୟନ୍ତ ରାଗିଯାଇ କ୍ରଲିଙ୍କ ପାଖକୁ ଆସି ତାଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। କ୍ରଲି ମଧ୍ୟ ଗିଲ୍‌ଙ୍କୁ ଆଙ୍ଗୁଠି ଦେଖାଇବାକୁ ପଛାଇ ନଥିଲେ।

ଅନ୍ୟ ଓପ୍‌ନର ବେନ୍‌ ଡକେଟ୍‌ ମଧ୍ୟ ଏହି ବାକ୍‌ବିତଣ୍ଡାରେ ସାମିଲ ହୋଇଥିଲେ। ପରେ ଦୁଇ ଅମ୍ପାୟାର ଆସି ଖେଳାଳିଙ୍କୁ ଶାନ୍ତ କରିଥିଲେ। ତେ​‌େ​‌ବ ଶୁଭମନ ଗିଲ୍‌ଙ୍କ ଆଚରଣକୁ ସମର୍ଥନ କରିଛନ୍ତି ଇଂଲଣ୍ଡର ପୂର୍ବତନ ବ୍ୟାଟ୍‌ସମ୍ୟାନ କେଭିନ୍ ପିଟରସନ୍। ତାଙ୍କ ଅନୁସାରେ, ଟେଷ୍ଟ କ୍ରିକେଟ୍‌ରେ ଏପରି ମସଲା ଆବଶ୍ୟକ। ଆଙ୍ଗୁଠି ଦେଖାଇବା ଏବଂ ଆକ୍ରମଣାତ୍ମକ ମନୋଭାବ ପ୍ରକାଶ କରିବା ମୁକାବିଲାକୁ ଆହୁରି ରୋଚକ କରିଦେବ। ଆମକୁ ଏହା ମନୋରଞ୍ଜନର ଖୋରାକ ଯୋଗାଇବ। ପୂର୍ବତନ ଭାରତୀୟ ଅଧିନାୟକ ରବି ଶାସ୍ତ୍ରୀ କହିଛନ୍ତି, ମୁଁ ଭାରତୀୟ ଟୋପି ପିନ୍ଧିଥିଲେ ଗିଲ୍‌ ଯାହା କଲେ; ତାହା ହିଁ କରିଥାଆନ୍ତି। ଆମେ ଏହକୁ ତାମସା କହିଥାଉ। ପଡ଼ିଆରେ ତୁମକୁ ଏପରି କରିବାର ଅନୁମତି ରହିଛି। ପଡ଼ିଆରେ ତୁମେ କେବଳ- ଗୁଡ୍‌ ମର୍ଣ୍ଣିଂ, ଗୁଡ୍‌ ଇଭିନିଂ, ଗୋ ହୋମ୍ କହିପାରିବ ନାହିଁ। ଟିକିଟ କ୍ରୋଧ ଦେଖାଇବା ଭଲ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories