www.samajalive.in
Friday, December 5, 2025
20.1 C
Bhubaneswar

ନେହେରୁଙ୍କ ପାଇଁ କାଶ୍ମୀର ସମସ୍ୟା ରହିଛି : ଅମିତ ଶାହା

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କାଶ୍ମୀର ସମସ୍ୟା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ସମାଲୋଚନା କରିଛନ୍ତି। ଗୁରୁବାର ବିଜେପିର ଏକ ଦଳିୟ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ନେହେରୁଙ୍କ ଭୁଲ ନୀତି ପାଇଁ କାଶ୍ମୀର ସମସ୍ୟା ସମାଧାନ ହୋଇପାରୁ ନାହିଁ। ସେ ଆହୁରି କହିଛନ୍ତି ସରଦାର ପଟେଲ ହାଇଦ୍ରାବାଦ କାରଣ ସମାଧାନ କରିଥିଲେ କିନ୍ତୁ, ନେହେରୁଙ୍କ କାଶ୍ମୀର ନୀତି ପାଇଁ ଆଜି ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ସେହି ସମୟରେ ସରଦାର ବଲ୍ଲଭ ଭାଇ ପଟେଲ ପ୍ରଧାନମନ୍ତ୍ରୀ ରହିଥାନ୍ତେ କାଶ୍ମୀର ସମସ୍ୟା ଦେଖାଯାଇନଥାନ୍ତା ବୋଲି ଶାହ କହିଛନ୍ତି।
ଏହା ବ୍ୟତୀତ ଶାହା କହିଛନ୍ତି, କାଶ୍ମୀର ସମସ୍ୟା ଯୋଗୁଁ ପାକିସ୍ତାନ ଆତଙ୍କବାଦୀ ଭାରତରେ ପ୍ରବେଶ କରୁଛନ୍ତି। କଂଗ୍ରେସ ପୁଲୱାମା ଆକ୍ରମଣରେ ରାଜନୀତି କଲେ କୌଣସି ଫାଇଦା ମିଳିବ ନାହିଁ ବୋଲି ଶାହା କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories