www.samajalive.in
Friday, December 12, 2025
15.1 C
Bhubaneswar

ବୁଦ୍ଧିଜୀବୀ ସଂଘ ପକ୍ଷରୁ ବନ ମହୋତ୍ସବ

ଆଠଗଡ: ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଙ୍ଘ ଆନୁକୂଲ୍ୟରେ ଶନିବାର ୭୬ତମ ବନ ମହୋତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ବ୍ଲକର ବଉଳପଦା ଗ୍ରାମରେ ପ୍ରତିଷ୍ଠିତ ହରିବାବା ଛାତ୍ରମଙ୍ଗଳ ସଂସ୍ଥା ପରିସରରେ ସଙ୍ଘର ସଭାପତି ଇଂ ଶିବ ପ୍ରସାଦ ପଣ୍ଡାଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଶ୍ରମର ମୁଖ୍ୟ ଅବଧୂତ ବାବା ସାଧୁ ଗଦାଧର ଦାସ ମୁଖ୍ୟ ଅତିଥି ଭାବେ ପ୍ରଥମେ ଏକ ଫଳ ଚାରା ରୋପଣ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ବୃକ୍ଷର ଉପକାରିତା ଓ ପରିବେଶ ଉପରେ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।

ସଂଘର ସଭାପତି ଇଂ ପଣ୍ଡା, ସଭ୍ୟ ଶିକ୍ଷାବିତ ଶ୍ରୁତିଧର ପ୍ରଧାନ, ସୁନିଲ ମହାନ୍ତି, ଉପସଭାପତି ଇଂ ପ୍ରଭାତ କୁମାର ମିଶ୍ର, ସମ୍ପାଦକ ଗିରୀଶ କୁମାର ମିଶ୍ର ପ୍ରମୁଖ ପରିବେଶ ସୁରକ୍ଷା ପାଇଁ ଜଙ୍ଗଲର ସୁରକ୍ଷା ଓ ବ୍ୟାପକ ବନୀକରଣ ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ଆଶ୍ରମ ପରିସରରେ ୪୦ ଗୋଟି ଆମ୍ବ ଚାରା ଓ ୧୦ ଗୋଟି ପିଜୁଳି ଚାରା ରୋପଣ କରାଯାଇଥିଲା। ସଙ୍ଘର ଉପସ୍ଥିତ ସଭାପତିଙ୍କ ସମେତ ସମସ୍ତ ସଭ୍ୟ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ସଂଘର ସହସମ୍ପାଦକ ଧରଣୀଧର ମହାପାତ୍ର, କୋଷାଧକ୍ଷ ଅନନ୍ତ କୁମାର ଦାଶ, କମିଟି ସଦସ୍ୟ ଉମେଶ ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ସେଠୀ, ଉପଦେଷ୍ଟା ଡାକ୍ତର ରମେଶ କୁମାର ରାଉତ, ସଭ୍ୟ ପ୍ରମୋଦ କୁମାର ସାହୁ, ନିରଞ୍ଜନ ପଟ୍ଟନାୟକ, ମୁରଲୀଧର ବେହେରା, ଗଦାଧର ଭୂୟାଁ, ସଦାଶିବ ସେଠୀ, ବିଜୟ ପ୍ରଧାନ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ସଂଘ ସଭାପତି ସଂସ୍ଥାର ସମସ୍ତ କର୍ମକର୍ତ୍ତାଙ୍କୁ ରୋପଣ କରାଯାଇଥିବା ଚାରା ଗୁଡିକର ଯତ୍ନ ନେବାପାଇଁ ଅନୁରୋଧ କରିଥିଲେ। ଆଶ୍ରମ ପକ୍ଷରୁ ସହସମ୍ପାଦକ ସୁରେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories