www.samajalive.in
Sunday, December 14, 2025
15.1 C
Bhubaneswar

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ଗ୍ରାମର ଜଣେ ନିଖୋଜ ଯୁବର ମୃତ ଦେହକୁ ଗୁରୁବାର ସନ୍ଧ୍ୟାରେ ପୁଲିସ ଝାରବଣ୍ଡି ଜଙ୍ଗଲରୁ ଉଦ୍ଧାର କରିଥିବା ଜଣାପଡିଛି। ମୃତ ଯୁବକ ଜଣକ କନକତୋରା ଗ୍ରାମର ସ୍ୱର୍ଗତ ଶଙ୍କର ରଣାଙ୍କ ପୁଅ ନବୀନ ରଣା (୧୮) ବୋଲି ଜଣାପଡ଼ିଛି ।

ସୂଚନାରୁ ମୁତାବକ, ମୃତ ଯୁବକ ନବୀନର ଘରେ ତାଙ୍କ ରୋଗାକ୍ରାନ୍ତ ମା’ ସହିତ ଦୁଇ ଭଉଣୀ ଅଛନ୍ତି । ପୂର୍ବରୁ ଆଉ ୫ ଜଣ ଭଉଣୀର ବାହାଘର ସମାପ୍ତ ହୋଇସାରିଥିଲା । ବାପା ଶଙ୍କରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ନବୀନ ଏକମାତ୍ର ସାହାର ଥିଲେ । ମୃତ ନବୀନ ଦିନ ମଜୁରିଆ ଭାବରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ । ପ୍ରତିଦିନ ଭଳି ଚଳିତ ଫେବୃଆରୀ ୧୯ ତାରିଖ ଦିନ ମଧ୍ୟ ସାଇକଲ ଯୋଗ କାର୍ଯ୍ୟରେ ଯୋଗ ଦେବା ପାଇଁ ଘରୁ ବହାରିଥିଲେ । ସେହିଦିନ ସନ୍ଧ୍ୟା ହେବା ପର୍ଯ୍ୟନ୍ତ ଘରକୁ ନବୀନ ଫେରିନଥିବାରୁ ପରିବାର ଲୋକେ ସାହି ପଡ଼ିଶା, ବନ୍ଧୁ, ବାନ୍ଧବ ଆଦି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହୋଇଥିଲେ । ଶେଷରେ ନିରୂପାୟ ହୋଇ ତାଙ୍କ ଭଉଣୀ ଉପମା ରଣା ଭାଇର ନିଖୋଜକୁ ନେଇ କନକତୋରା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଗୁରୁବାର ଅପରାହ୍ନରେ କେତେକ ସ୍ଥାନୀୟ ବାସିନ୍ଦା କନକତୋରା ପଞ୍ଚାୟତ ଲୁହାବଗା ନିକଟସ୍ଥ ଝାରବଣ୍ଡି ଜଙ୍ଗଲରେ ଯୁବକ ନବୀନର ଝୁଲନ୍ତା ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ନବୀନର ମୃତ ଦେହକୁ ଉଦ୍ଧାର କରିଥିଲା । ତେବେ ଯୁବକ ନବୀନର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥାଇପାରେ ବୋଲି ପୁଲିସ ତାର ପ୍ରାଥମିକ ତନନ୍ତରେ ଅନୁମାନ କରୁଛି । ତେବେ ପରିବାରର ଏକ ମାତ୍ର ସାହାର ଥିବାରୁ ନବୀନକୁ ହରାଇ ତାଙ୍କ ପରିବାର ଲୋକେ ଏହାକୁ ସହଯରେ ଗ୍ରହଣ କରିପାରୁନାହାଁନ୍ତି । ଏନେଇ ରେଙ୍ଗାଲି ପୁଲିସ କେସ ନମ୍ବର ୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏଥି ସହିତ ପୁଲିସ ଆସନ୍ତା କାଲି ଶୁକ୍ରବାର ମୃତ ନବୀନର ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories