ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ କେନ୍ଦୁଆମୁଣ୍ଡି ଗ୍ରାମ ପୋଖରୀରୁ ଗୁରୁବାର ଜରେ ବୃଦ୍ଧାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ବୃଦ୍ଧା ଜଣଙ୍କ କେନ୍ଦୁଆ ମୁଣ୍ଡି ଗ୍ରାମର ସ୍ୱର୍ଗତ କୁନାମ୍ ହେମ୍ବ୍ରମଙ୍କ ପତ୍ନୀ ସାଲ୍ହ (୭୦)। ପୂର୍ବ ରାତିରେ ସାଲ୍ହ ଘରୁ କେଉଁ ଆଡେ ଚାଲିଯାଇଥିବା ବେଳେ ଗୁରୁବାର ପୂର୍ବାହ୍ନରେ ତାଙ୍କୁ ପୋଖରୀ ପାଣିରେ ଭାସୁଥିବା ଲୋକେ ଦେଖିଥିଲେ। ପୁଅ ଧରମାଙ୍କ ଏତଲା କ୍ରମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଉଦଳାରେ ମୃତ ଦେହ ବ୍ୟବଚ୍ଛେଦ କରାଯାଇଥିଲା।
Popular Categories



