www.samajalive.in
Saturday, December 13, 2025
26.1 C
Bhubaneswar

ମାଇଁ ଭାରତ ତରଫରୁ ବିଶ୍ବ ଜନସଂଖ୍ୟା ଦିବସ କାର୍ଯ୍ୟକ୍ରମ

ଫୁଲବାଣୀ: କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ମାଇଁ ଭାରତ ଶାଖା ତରଫରୁ ଆମ୍ବେଦକର କଲେଜ ଠାରେ ବିଶ୍ବ ଜନସଂଖ୍ୟା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଆମ୍ବେଦକର କଲେଜର ଅଧକ୍ଷ ଡ ପ୍ରଶାନ୍ତ କୁମାର କର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପ୍ରମୋଦ କୁମାର ନାୟକ, ବାସୁଦେବ ସାହୁ, ରଶ୍ମୀ ରଂଜନ ଲେଙ୍କା, ରାମ କୃଷ୍ ପଣ୍ଡା, ମୁଖ୍ୟ ବକ୍ତା ଭାବରେ ଖଜୁରୀପଡ଼ା ହାଇ ସ୍କୁଲ ର ଅବସର ପ୍ରାପ୍ତ ଶିକ୍ଷାବିତ୍ ପଙ୍କଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଦିବସରେ ଦେଶର ଜନସଂଖ୍ୟା କିପରି ନିୟନ୍ତ୍ରଣ ହେବ ତାହା ଉପରେ ଆଲୋଚନା ହୋଇଥିଲା। ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ରଚନା ଓ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ନେହଲତା ମହାନ୍ତି, ପ୍ରଭାସିନୀ ସାହୁ, ଶୁଭଶ୍ରୀ ପଣ୍ଡା, ଜ୍ୟୋତିର୍ମୟୀ ଗଣ୍ଡ ପ୍ରମୁଖ ବିଜୟୀ ହୋଇ ଥିଲେ। ମୁଖ୍ୟ ଅତିଥି ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories