www.samajalive.in
Monday, December 15, 2025
27.1 C
Bhubaneswar

ପାକିସ୍ତାନ ଟିଭିରେ ବିଜେଡି ବିଧାୟକ ଦେବାଶୀଷଙ୍କ ଚର୍ଚ୍ଚା

ଭୁବନେଶ୍ୱର.- ପାକିସ୍ତାନ ଟିଭିରେ ବିଜେଡି ବିଧାୟକ ଦେବାଶୀଷ ସାମନ୍ତରାୟଙ୍କ ଚର୍ଚ୍ଚା ହେବାରେ ଲାଗିଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଗଣମାଧ୍ୟମକୁ ଦେବାଶୀଷ ସାମନ୍ତରାୟଙ୍କର ଏହି ବ୍ୟବହାର ଚର୍ଚ୍ଚାପାଇଁ ବେଶ୍‌ ଖୋରକ ଯୋଗାଇଛି ।

ସହିଦଙ୍କ ଅନ୍ତିମ ସଂସ୍କାର ସମୟରେ  ତାଙ୍କର ସମ୍ପର୍କୀୟଙ୍କୁ ଦେବାଶୀଷ ତଣ୍ଟିଆ ମାରିବା ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଥିଲା । ଜଣେ ଦାୟୀତ୍ୱସମ୍ପନ୍ନ  ରାଜନେତା କୌଣସି ସାଧାରଣ ଜନତାଙ୍କୁ  କିପରି ଏପରି ଖରାପ  ବ୍ୟବହାର କରିପାରିବେ ତାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ବି ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଛି ।  ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍‌ ହେବାପରେ ଦେବାଶୀଷ କ୍ଷମା ପ୍ରାର୍ଥନା କରିଥିଲେ ।  ହେଲେ ବିବାଦ ତାଙ୍କ ପିଛା ଛାଡୁନି  । ତାଙ୍କର ଏହି ଖରାପ ବ୍ୟବହାର ପାକିସ୍ତାନ ଗଣମାଧ୍ୟମକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ପାକିସ୍ତାନର ଆଜାଦ ଟିଭିରେ ଏହି ଭିଡିଓକୁ ବାରମ୍ବାର ପ୍ରସାରଣ କରାଯାଇଛି ।

- Advertisement -

ସହିଦଙ୍କ ସମ୍ପର୍କୀୟଙ୍କୁ ନିର୍ବାଚିତ ରାଜନେତା ଖରାପ ସମ୍ପର୍କ ପ୍ରଦର୍ଶନ କରୁଥିବା ଖବର ପ୍ରସାରିତ ହୋଇଛି । ଏହାପରେ ଦେବାଶୀଷ ସାମନ୍ତରାୟ ଏହାର ପ୍ରତିକ୍ରିୟା ରଖିଛନ୍ତି । ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିପାଇଁ ଦୁଃଖିତ ବୋଲି ପ୍ରକାଶ କରିଛନ୍ତି  । ସହିଦଙ୍କ ଅନ୍ତିମ ସଂସ୍କାର ସମସୟରେ ସେ  ଶବଧାରକୁ କାନ୍ଧେଇ ଥିଲେ ବୋଲି ସଫେଇ ଦେଇଛନ୍ତି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories