www.samajalive.in
Sunday, December 7, 2025
23.1 C
Bhubaneswar

ପୁରୁଣା କଟକ-ସମ୍ବଲପୁର ରାସ୍ତା ପାଲଟିଛି ମରଣଯନ୍ତା

ଆଠଗଡ: ଆଠଗଡ ସହର ମଧ୍ୟ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ପୁରୁଣା କଟକ-ସମ୍ବଲପୁର ମୁଖ୍ଯ ରାସ୍ତା କନ୍ତୋଲ ନିକଟରେ ମରଣାଯନ୍ତା ପାଲଟିଛି। ଆଠଗଡ ସହରର ଚାନ୍ଦବାଲି ଛକରୁ କନ୍ତୋଲ ସାପୁଆ ପୋଲ ଓ ସେଠାରୁ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତାର ଅଧିକାଂଶ ସ୍ଥାନରେ ଖାଲଖମା ପରିପୂର୍ଣ୍ଣ ହୋଇଯାଇଛି। ତେବେ କନ୍ତୋଲ କଇଁଆ ଛକରୁ ସାପୁଆ ପୋଲ ପର୍ଯ୍ୟନ୍ତ ରାସ୍ତାରେ ଏତେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି ଯେ ସେଥିରେ ଗାଡି ଚଲାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଏପରିକି ବର୍ଷା ସମୟରେ ଅଧିକାଂଶ ବାଇକ ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖାଯାଉଛି।

ରାସ୍ତାର ଏପରି ଦୟନୀୟ ଅବସ୍ଥାର କାରଣ ଦୀର୍ଘ ଦିନ ହେବ କୌଣସି ମରାମତି ନହେବା ଏବଂ ଅନ୍ୟ ପ୍ରମୁଖ କାରଣ ହେଲା ଉକ୍ତ ରାସ୍ତା କଡରେ ପୋଖରୀ ମାଟି ପକାଇ ନାଳ ଅବରୋଧ କରାଯିବା ବୋଲି କୁହାଯାଉଛି। ଆଠଗଡ ଉପଜିଲ୍ଲାପାଳ ଓ ଅନ୍ଯ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଦେଖି ନଦେଖିବା ପରି ଉଦାସୀନ ରହୁଥିବା ଅଭିଯୋଗ ହେଉଛି।

- Advertisement -

ଧବଳେଶ୍ଵରୂ ନିକଟ ନୂଆପାଟଣାଠାରେ ମଧୁସୂଦନ ସେତୁ ହେବା ଦିନଠାରୁ ଉକ୍ତ ରାସ୍ତାର ଗୁରୁତ୍ୱ ବହୁମାତ୍ରାରେ ବଢିଯାଇଛି। ସଂପୃକ୍ତ ପୁରୁଣା କଟକ-ସମ୍ବଲପୁର ରାସ୍ତାଟି ପଶ୍ଚିମ ଓଡିଶାର ବିଭିନ୍ନ ସହର ଏବଂ ଆଠଗଡ ଉପଖଣ୍ଡର ଚାରୋଟିଯାକ ବ୍ଲକକୁ କଟକ ଓ ଭୁବନେଶ୍ବର ସହିତ ଅନ୍ୟ ଅଞ୍ଚଳକୁ ସଂଯୋଗ କରୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହାନ କଟକ, ଭୁବନେଶ୍ଵର ଆଦି ବିଭିନ୍ନ ସହର ସମେତ ଧବଳେଶ୍ଵର ପୀଠକୁ ଯାତାୟତ କରିଥାଆନ୍ତି। ବିଶେଷ କରି ସେହି ରାସ୍ତାରେ ବହୁ ସଂଖ୍ୟକ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ମାଧବପୁରର ଜିମସାର ସମେତ କଟକ ବଡ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଘରୋଇ ଡାକ୍ତରଖାନାକୁ ଯିବାଆସିବା କରିଥାଆନ୍ତି। ଏହି ବ୍ୟସ୍ତବହୁଳ ଓ ଗୁରୁତ୍ୱପୂର୍ଣ୍ଣ ରାସ୍ତାଟିର ପ୍ରଶସ୍ତିକରଣ ଓ ସୁଦୃଢୀକରଣ ପାଇଁ ପ୍ରାୟ ୪୨ କୋଟି ଟଙ୍କା ବ୍ୟୟବରାଦ କରାଯାଇ ୩ ବର୍ଷ ପୂର୍ବରୁ କାମ ଆରମ୍ଭ ହୋଇ ଅବଧି ସରିବା ପରେ ମଧ୍ୟ ଏବେ ଆହୁରି ୨୫-୩୦ ପ୍ରତିଶତ କାମ ବାକି ରହିଛି। ତହସିଲ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବହେଳା ଯୋଗୁଁ କନ୍ତୋଲ ଠାରୁ ଚାନ୍ଦବାଲି ଛକ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ବିଳମ୍ବିତ ହେଉଥିବାରୁ ସେଠାରେ ରାସ୍ତା କାମ ଆଗେଇ ପାରୁନାହିଁ।

ଅନ୍ୟ ପକ୍ଷରେ କନ୍ତୋଲ ବଡ ପୋଖରୀରୁ ଖୋଳାଯାଇଥିବା ମାଟି ପୋଖରୀ ନିକଟ ମହାଦେବ ମନ୍ଦିର ନିକଟରେ ରାସ୍ତା କଡରେ ଗଦା କରିବାରୁ ନାଳ ଅବରୋଧ ହୋଇଯାଇଛି। ଫଳରେ ବର୍ଷାଜଳ ନିଷ୍କାସନ ହୋଇନପାରି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପ୍ରବାହିତ ହେବା ଦ୍ୱାରା ଯାତାୟତରେ ସମସ୍ୟା ଉପୁଜିବା ସହ ରାସ୍ତା ମଧ୍ୟ ନଷ୍ଟ ହେଉଛି। ବର୍ଷାଜଳ ନିଷ୍କାସନ ପାଇଁ ନାଳରୁ ଅବରୋଧ ହଟାଇବା ଲାଗି ପୂର୍ତ୍ତ ବିଭାଗ ଓ ଏନଏସି କର୍ତ୍ତୃପକ୍ଷ ତୁରନ୍ତ ମିଳିତ ପଦକ୍ଷେପ ନେବା ସହିତ ସେ ଅଞ୍ଚଳରେ ଶୋଚନୀୟ ହୋଇପଡିଥିବା ରାସ୍ତା ମରାମତି ପାଇଁ ଦାବି ହେଉଛି। ବର୍ଷା ଦୁଇତିନି ଦିନ ଛାଡିଗଲେ ରାସ୍ତା କଡ ନାଳର ଅବରୋଧ ହଟାଯିବା ସହିତ ରାସ୍ତାରେ ଥିବା ଖାଲଖମା ପୋତି ମରାମତି କରାଯିବ ବୋଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ତ୍ରିଲୋଚନ ସାହୁ କହିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories