www.samajalive.in
Sunday, December 14, 2025
23.1 C
Bhubaneswar

ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି ହସ୍ପିଟାଲ; ଆସିଲା କଡା ନିୟମ

ସମାଜ ଡିଜିଟାଲ ଡେସ୍କ: ଏବେ କୌଣସି ଘରୋଇ ହସ୍ପିଟାଲ ହେଉ କି ନର୍ସିଂ ହୋମ୍‍ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ଚିକିତ୍ସା ପାଇଁ ଦେୟ ବାକି ଥିଲେ ବି ମୃତଦେହକୁ ଛାଡିବାକୁ ବାଧ୍ୟ ହେବେ ସବୁ ହସ୍ପିଟାଲର କର୍ତ୍ତୃପକ୍ଷ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଆଜି ଆସାମ କ୍ୟାବିନେଟରେ ଏନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସରକାର ଘୋଷଣା କରିଛନ୍ତି ଯେ ବିଲ୍‍ ବାକି ଥିଲେ ବି କୌଣସି ଘରୋଇ ମେଡିକାଲ ରୋଗୀଙ୍କ ମୃତ୍ୟୁ ହେବା ପରେ ଦୁଇ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ଅଟକାଇ ରଖିପାରିବେ ନାହିଁ ।

ସରକାର କହିଛନ୍ତି ମୃତ ଦେହକୁ ଅଟକାଇ ପରିବାର ଉପରେ ଚାପ ପକାଇବା ଅମାନବୀୟ । ଏଭଳି କରିବାକୁ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ହସ୍ପିଟାଲ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ପାଇଁ ମୃତଦେହକୁ ରଖିବାର ସୂଚନା ମିଳେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୪ଘଣ୍ଟା ଟୋଲ-ଫ୍ରି ହେଲ୍ପଲାଇନ୍‍ ନମ୍ବର ଆରମ୍ଭ କରିବେ । ଏଥିରେ ଅଭିଯୋଗ ଆସିଲେ ସଂପୃକ୍ତ ହସ୍ପିଟାଲର ଲାଇସେନ୍ସ ୪ରୁ ୬ମାସ ନିଲମ୍ବନ କରିବା ସହ ୫ଲକ୍ଷ ଟଙ୍କା ଜରିମାନା ହୋଇପାରେ । ଏହାସତ୍ୱେ ପୁଣି ଥରେ ସମାନ ଭୁଲ କରିଲେ ହସ୍ପିଟାଲର ପଞ୍ଜିକରଣକୁ ସ୍ଥାୟୀ ଭାବରେ ବାତିଲ କରାଯିବ ।

- Advertisement -

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories