www.samajalive.in
Sunday, December 14, 2025
16.1 C
Bhubaneswar

ପଞ୍ଜି ସ୍କିମରେ ୫ କୋଟି ନିବେଶକଙ୍କୁ ୪୯ ହଜାର କୋଟି ଠକେଇ, ପିଏସିଏଲ ନିର୍ଦେଶକ ଗିରଫ

ସମାଜ ଡିଜିଟାଲ ଡେସ୍କ: ପଞ୍ଜି ସ୍କିମ ଜରିଆରେ ଦେଶର ପ୍ରାୟ ୫ କୋଟି ଲୋକଙ୍କୁ ୪୯ ହଜାର କୋଟିରୁ ଅଧିକ ଟଙ୍କା ଠକିଥିବା ପର୍ଲ୍ସ ଆଗ୍ରୋ ଟେକ୍ କର୍ପୋରେସନ ଲିମିଟେଡ(ପିଏସିଏଲ)ର ନିର୍ଦେଶକ ଗୁରନାମ ସିଂହ ଗିରଫ ହୋଇଛନ୍ତି। ଉତ୍ତରପ୍ରଦେଶର ଅର୍ଥନୈତିଶକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗୁରନାମଙ୍କୁ ପଞ୍ଜାବ ରୋପାର ଜିଲାରୁ ଗିରଫ କରିଛି। ଏହି ଠକେଇ ଦେଶ ସବୁଠୁ ବଡ଼ ଠକେଇଗୁଡ଼ିକ ମଧ୍ୟରୁ ଅନ୍ୟତମ।

ପିଏସିଏଲ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ପଞ୍ଜି ସ୍କିମ ଜରିଆରେ ଟଙ୍କା ସଂଗ୍ରହ କରୁଥିଲା। ୨୦୧୧ ମସିହା ଏବଂ ଏହା ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶ, ଆସାମ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ, ବିହାର ଏବଂ ଛତିଶଗଡ଼ ଆଦି ୧୦ ଜିଲାରୁ ନିବେଶକମାନଙ୍କଠାରୁ ୪୯ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ପରେ ସଂସ୍ଥା ସମସ୍ତ  ସ୍କିମ ବନ୍ଦ କରି ଫେରାର ହୋଇଯାଇଥିଲା। ଉଭୟ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାର ତଦନ୍ତ କରୁଥିଲେ। ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଗୁରନାମ ଫେରାର ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories