କୁଆଲାଲମ୍ପୁର: ମାଲେସିଆର ସେପାଙ୍ଗ ସହରରେ ଜଣେ ମାଲେସୀୟ ମଡେଲଙ୍କୁ ଅସଦାଚରଣ କରାଯାଇଥିବାବେଳେ ଅଭିଯୁକ୍ତ ଭାରତୀୟ ପୂଜକ ଫେରାର ଥିବା ଜଣାପଡିଛି। ଲିସାଲିନି କାନାରନ୍ ନାମ୍ବୀ ଏହି ଭାରତୀୟ ବଂଶୋଦ୍ଭବ ମଡେଲ ନିଜର ଇନ୍ଷ୍ଟାଗ୍ରାମରେ ଏହି ତଥ୍ୟ ଅପଲୋଡ୍ କରିଛନ୍ତି। ଅଭିଯୋଗ ମୁତାବକ ଜୁନ ୨୧ରେ ଲିସି ଉକ୍ତ ମନ୍ଦିରକୁ ଯାଇଥିଲେ। ମୁଖ୍ୟ ପୂଜକଙ୍କ ଅନୁପସ୍ଥିତିରେ କାମଚଳା ଦାୟିତ୍ବ ବହନ କରୁଥିବା ଭାରତୀୟ ପୂଜକ ଗଣକ ପ୍ରଥମେ କୌଣସି ଜଳୀୟ ପଦାର୍ଥ ତାଙ୍କ ଉପରେ ଛିଞ୍ଚିଥିଲେ। ଏହା ଗଙ୍ଗା ନଦୀର ଜଳ ବୋଲି ତାଙ୍କୁ କୁହାଯାଇଥିଲା। ଏହାପରେ ଆଖିବୁଜି ପ୍ରାର୍ଥନା କରିବାକୁ ଲିସିଙ୍କୁ ପୂଜକ କହିଥିଲେ। ପ୍ରାର୍ଥନା କରୁଥିବାବେଳେ ପୂଜକ ଜଣକ ଲିସିଙ୍କୁ ଅନ୍ୟ ଏକ ପ୍ରକୋଷ୍ଠକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଜୁଲାଇ ୪ରେ ଲିସି ଥାନାରେ ଏତଲା ଦେଇଥିବାବେଳେ ପୂଜକ ଜଣକ ଫେରାର ଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ପ୍ରଘଟ ନ କରିବାକୁ ପୁଲିସ ପକ୍ଷରୁ ଲିସିଙ୍କୁ ତାଗିଦା କରାଯାଇଥିଲା। ତେେବ ଲିସି ଏହାକୁ ଅମାନ୍ୟ କରି ଇନ୍ଷ୍ଟାଗ୍ରାମରେ ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।
Popular Categories



