ଆଠଗଡ: ଆଠଗଡ ସୀମାବର୍ତ୍ତୀ ଢେଙ୍କାନାଳ ସଦର ବ୍ଲକ ଅର୍ନ୍ତଗତ ମାଣିପୁର ପଞ୍ଚାୟତ ଅଧିନ ବାଇଧରିପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ଉକ୍ତ ଗ୍ରାମର ପ୍ରେମଲତା ନାଏକଙ୍କ ଘରେ ୫ ଫୁଟ ଲମ୍ବର ଏକ ନାଗ ସାପ ୪ ଦିନ ହେଲା ରହିଥିଲା। ଢେଙ୍କାନାଳ ବନବିଭାଗକୁ ଏ ସମ୍ପର୍କିତ ଖବର ଦେବା ପରେ ବନ କର୍ମଚାରୀ ସାପଟିକୁ ଧରି ପାରିନଥିଲେ। ସୂଚନା ପାଇ ଗୁରୁବାର ପ୍ରେମଲତା ଆଠଗଡର ସାପ ଧରାଳି ତଥା ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ପାତ୍ରଙ୍କ ସହାୟତା ଲୋଡିଥିଲେ। ସୁଶାନ୍ତ ବାଇଧରିପାଟଣା ଗ୍ରାମର ସଂପୃକ୍ତ ଘରେ ପହଞ୍ଚି ବହୁ ଚେଷ୍ଟା କରିବା ପରେ ସାପଟିକୁ ଏକ କକ୍ଷରୁ ଧରିବାରେ ସକ୍ଷମ ହୋଇଥିଲେ। ପରେ ନାଗ ସାପଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିବା ଜଣାପଡିଛି।
Popular Categories



