www.samajalive.in
Sunday, December 14, 2025
15.1 C
Bhubaneswar

ଗଞ୍ଜେଇ ତନଖି ବେଳେ ଧରାପଡ଼ିଲା କୋଟିଏରୁ ଅଧିକ ଟଙ୍କାର ରୂପା ଇଟା

ସମ୍ବଲପୁର: ସମ୍ବଲପୁର ଦେଇ ଦେଶର ବିଭିନ୍ନ ସ୍ଥାନକୁ ଚୋରାରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଅନେକ ନଜୀର ରହିଛି ଏବଂ ବହୁ ସମୟରେ ଗଞ୍ଜେଇ ଚାଲାଣକାରୀ ମାନେ ଅବକାରୀ ବିଭାଗ ଦ୍ୱାରା ଧରା ମଧ୍ୟ ପଡୁଛନ୍ତି। ଏଣୁ ଗୁରୁବାର ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଚୋରା ଗଞ୍ଜେଇ ଚାଲାଣ ରୋକିବା ପାଇଁ ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଛକ ନିକଟରେ ଗାଡି ଗୁଡିକୁ ଚେକିଂ କରାଯାଉଥିଲା। ସେହି ସମୟରେ ଏକ ଦାମୀକିଆ ସ୍ପର୍ପିଓ ଗାଡିକୁ ସନ୍ଦେହ ଆଧାରରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଉକ୍ତ ଗାଡିର ପଛ ସିଟ ତଳେ ଏକ ଲୁକ୍କାୟିତ ଚ୍ୟାମ୍ବର ଠାବ କରାଯିବା ପରେ ତାକୁ ଖୋଲି ଦେଖିବା ସମୟରେ ଉକ୍ତ ଚାମ୍ବର ମଧ୍ୟରେ ଗଞ୍ଜେଇ ବଦଳରେ ପେଡ଼ି ଗୁଡିକ ମଧ୍ୟରେ ସମୁଦାୟ ୧୧୦ କିଗ୍ରା ଖାଣ୍ଟି ରୂପା ଇଟା ଗୁଡିକ ଲୁଚାଇ ରଖାଯାଇଥିବାର ମିଳିଥିଲା। ଏଣୁ ତୁରନ୍ତ ଅବାକରୀ ଦଳ ଉକ୍ତ ଗାଡି, ରୂପା ଓ ଚନ୍ଦ୍ରକାନ୍ତ ପଟେଲ ଓ ସଞ୍ଜୟ ପଟେଲଙ୍କୁ ହେପାଜତରେ ନେଇଥିଲା।

ପଚରାଉୁଚୁରା ସମୟରେ ସେମାନେ ଏହି ରୂପା ଗୁଡିକୁ ପଡୋଶୀର ରାଜ୍ୟ ଛତିଶଗଡ଼ ରାଜ୍ୟର ରାୟପୁରରୁ ପଡୋଶୀ ରାଜ୍ୟ ଝାରଖଣ୍ଡ ରାଜ୍ୟର ରାଞ୍ଚି ଅଞ୍ଚଳକୁ ଚାଲାଣ କରାଯାଉଥିବା କହିଥିଲେ। ଅବକାରୀ ବିଭାଗ ତରଫରୁ ଜିଏସଟି ବିଭାଗକୁ ସୁଚନା ଦେଇ ସମସ୍ତ ରୂପା, ଗାଡି ଓ ଚାଲାଣକାରୀ ମାନଙ୍କୁ ହସ୍ତାନ୍ତରିତ କରିଛନ୍ତି। ଜବତ ହୋଇଥିବା ଖାଣ୍ଟି ରୂପା ଗୁଡିକର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଜିଏସଟି ବିଭାଗ ପକ୍ଷରୁ ଏହାର କାଗଜପତ୍ର ଯାଞ୍ଚ ଆରମ୍ଭ କରାଯାଇଛି। ସମସ୍ତ ସାମଗ୍ରୀ ଗୁଡିକ ଯାଞ୍ଚ ପରେ ସମ୍ବଲପୁର ଟ୍ରେଜେରୀରେ ଜମା କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

- Advertisement -

ସୁଚନାଯୋଗ୍ୟ ଯେ, ପୁର୍ବରୁ ଗତ ବର୍ଷ ୧୫ ଅକ୍ଟୋବରରେ ଆଜି ଭଳି ଅବକାରୀ ବିଭାଗ ତରଫରୁ ବେଆଇନ ଗଞ୍ଜେଇ କାରବାରକୁ ଧରିବା ପାଇଁ ଉଦ୍ୟମ ସମୟରେ ଏକ ଦାମି କାରରୁ ରୂପା ନିର୍ମିତ ପାଉଁଞ୍ଜି, ଝୁମକା, ମୂର୍ତ୍ତି, ଗ୍ଲାସ ଆଦି ବିଭିନ୍ନ ରୂପା ନିର୍ମିତ ସାମଗ୍ରୀ ଗୁଡିକ ସମେତ ସମୁଦାୟ ୧ କ୍ୱ୍ୟୁଣ୍ଟାଲ ୬୬ କିଗ୍ରା ୪ଶହ ଗ୍ରାମ ରୂପା ଜବତ କରି ଜିଏସଟି ବିଭାଗକୁ ହସ୍ତାନ୍ତର କରିଥିଲା। ସେ ସମୟରେ ଉକ୍ତ ରୂପା ଗହଣା ଗୁଡିକ ମହାରାଷ୍ଟ୍ର ରାଜ୍ୟରୁ ଝାରଖଣ୍ଡ ରାଜ୍ୟର ରାଞ୍ଚି ଅଞ୍ଚଳକୁ ଏହା ଚାଲାଣ କରାଯାଉଥିବା ବେଳେ ଗାଡି ସହିତ ୩ ଜଣ ବ୍ୟକ୍ତି ଗିରଫ ହୋଇଥିଲେ। ସେ ସମୟରେ ଜବତ ହୋଇଥିବା ରୂପା ଗହଣା ଗୁଡିକର ଆନୁମାନିକ ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଥିଲା ଏବଂ ତାହା ସମ୍ବଲପୁରରେ ଜବତ ହୋଇଥିବା ରୂପା ଗହଣା ଇତିହାସରେ ସବୁଠାରୁ ବଡ ଘଟଣା ଅଟେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories