www.samajalive.in
Sunday, December 14, 2025
15.1 C
Bhubaneswar

ଯୁବକଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ! ନିଖୋଜର ୬ ଦିନ ପରେ ମୃତଦେହ ଉଦ୍ଧାର

ଫୁଲବାଣୀ: ଯୁବକଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ନିଖୋଜର ୬ ଦିନରେ ଯୁବକଙ୍କ ମୃତଦେହ ଜବତ କରିଛି ପୁଲିସ। ଘଟଣାଟି ଘଟିଛି କନ୍ଧମାଳ ଜିଲା ଫୁଲବାଣୀ ସହର ଉପକଣ୍ଡ ଗୁଦାରୀ ଏୟାରଷ୍ଟ୍ରିପ ନିକଟ ଭାଲୁକୁଟି ଜଙ୍ଗଲରେ। ମୃତ ଯୁବକ ଜଣକ ଗୋଚ୍ଛାପଡ଼ା ଥାନା ବିନକିମେଣ୍ଡି (ନେଡିପଦର) ଗ୍ରାମର ତପନ ରଣା ବୋଲି ଜଣାପଡ଼ିଛି।

ତପନ ୪ ତାରିଖ ଦିନ ଜଣେ ସମ୍ପର୍କୀୟଙ୍କ ବାଇକ ଧରି କଟ୍ରିଙ୍ଗିଆ ଯାଇଥିଲେ। ପରେ ଆଉ ଘରକୁ ଫେରି ନ ଥିଲେ। ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଦାରୀ ନିକଟରେ ତପନଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୬ ତାରିଖ ଦିନ ଯୁବକଙ୍କ କିଛି ସାଙ୍ଗ ସୂଚନା ଦେଇଥିଲେ। ଖବର ପାଇ ପରିବାର ଲୋକେ ସେହି ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ବେ କୌଣସି ସନ୍ଧାନ ମିଳି ନ ଥିଲା। ତପନଙ୍କ ମୋବାଇଲ ପ୍ରଥମେ ରିଙ୍ଗ୍ ହେଉଥିଲା, କିନ୍ତୁ କେହି ଫୋନ ଉଠାଉ ନ ଥିଲେ । ମଙ୍ଗଳବାରଠାରୁ ତାଙ୍କ ଫୋନ୍  ସୁଇଚ୍ ଅଫ୍ ବେଲି କହୁଥିଲା। ପରିବାର ଲୋକେ ଶେଷରେ ବାଧ୍ୟ ହୋଇ ଗୋଚ୍ଛାପଡ଼ା ଥାନାରେ ଲିଖିତ ଭାବରେ ଜଣାଇଥିଲେ। ଏ ନେଇ ଗୋଚ୍ଛାପଡ଼ା ପୁଲିସ ତଦନ୍ତ କରୁଥିବା ବେଳେ ଗୁରୁବାର ସକାଳେ ଜଙ୍ଗଲ ଭିତରେ ତପନଙ୍କ ମୃତଦେହ ପଡ଼ିଥିବା ଦେଖି କିଛି ଲୋକ ପୁଲିସକୁ ଖବର ଦେଇଥିଲେ। ଖଜୁରୀପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଏକ ବାଇକ ଏବଂ ମୋବାଇଲ ମିଳିଛି। ତପନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଦୀନବନ୍ଧୁ ପ୍ରଧାନ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories