www.samajalive.in
Friday, December 12, 2025
16.1 C
Bhubaneswar

ଏଣିକି ଆକାଶ ମାର୍ଗରେ ଶ୍ରୀନଗରକୁ ଯିବାଆସିବା କରିବେ ଯବାନ

ନୂଆଦିଲ୍ଲୀ : ପୁଳୱାମା ଆକ୍ରମଣ ପରେ କେନ୍ଦ୍ର ସରକାର ଗୁରୁବାର ଯବାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଅର୍ଦ୍ଧ ସାମରିକ ବାହିନୀ ଯବାନମାନେ ଆକାଶ ମାର୍ଗରେ ଅର୍ଥାତ ବିମାନ କିମ୍ବା ହେଲିକପ୍ଟର ଯୋଗେ ଶ୍ରୀନଗରକୁ ଯିବା ଆସିବା କରିପାରିବେ। ଗୃହ ମନ୍ତ୍ରାଳୟର ନିର୍ଦେଶ ଅନୁସାରେ ଦିଲ୍ଲୀ-ଶ୍ରୀନଗର, ଶ୍ରୀନଗର-ଦିଲ୍ଲୀ, ଜାମ୍ମୁ-ଶ୍ରୀନଗର, ଶ୍ରୀନଗର ଜାମ୍ମୁ ମଧ୍ୟରେ କୌଣସି ଯାତ୍ରା ପାଇଁ ଯବାନ ଆକାଶ ମାର୍ଗରେ ଯାତ୍ରା କରିପାରିବେ। ଏହି ନିର୍ଦେଶ କେନ୍ଦ୍ରୀୟ ସଶସ୍ତ୍ର ଅଦ୍ଧସାମରିକ ବାହିନୀର ସମସ୍ତ ଯବାନଙ୍କ ପାଇଁ ଲାଗୁ ହୋଇଛି। କେନ୍ଦ୍ରର ଏହି ନିଷ୍ପତ୍ତି ଦ୍ୱାରା ଅର୍ଦ୍ଧସାମରିକ ବାହିନୀର ୭,୮୦,୦୦୦ ଯବାନଙ୍କୁ ଲାଭ ମିଳିବ। ଏହାମଧ୍ୟରେ କନେଷ୍ଟବଳ, ହେଡ୍‍ କନେଷ୍ଟବଳ ଏବଂ ଏଏସ୍‍ଆଇଙ୍କ ସମେତ ଅନ୍ୟ ସବୁ ବର୍ଗର ଯବାନ ସାମିଲ ଅଛନ୍ତି। ତତ୍କାଳ ପ୍ରଭାବରେ ଏହି ନିର୍ଦେଶକୁ ଲାଗୁ ରିବାକୁ କୁହାଯାଇଛି। ନିର୍ଦେଶ ଅନୁଯାୟୀ କାର୍ଯ୍ୟରେ ଥିବା ବେଳେ ଛୁଟି ନେଇ ଘରକୁ ଯିବା କିମ୍ବ ଫେରିବା ସମୟରେ ଯବାନ ଆକାଶ ମାର୍ଗରେ ଯାତ୍ରା କରିପାରିବେ। ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଅର୍ଦ୍ଧସାମରିକ ବାହିନୀ ପୂର୍ବରୁ ଆକାଶ ମାର୍ଗରେ ଯାତ୍ରା ସୁବିଧା ଦେବାକୁ ଦାବି ଉପସ୍ଥାପନ କରିଥିଲା। ସେତେବେଳେ ସରକାର ଏହାକୁ ଗ୍ରହଣ କରିନଥିଲେ। ଏବେ ଗୃହ ମନ୍ତ୍ରାଳୟ ଏହି ରିପୋର୍ଟକୁ ଖଣ୍ଡନ କରିଛି। ସିଆରପିଏଫ ଏଭଳି କୌଣସି ଦାବି କରିନଥିଲା ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories