www.samajalive.in
Friday, December 12, 2025
15.1 C
Bhubaneswar

କଂଗ୍ରେସର ଅଭିଯୋଗ; ଦେଶ ସହିଦଙ୍କ ଶବ ଖଣ୍ଡ ଗୋଟାଉଥିବାବେଳେ ମୋଦୀ ଚାହା ଜଳଖିଆ କରୁଥିଲେ

ନୂଆଦିଲ୍ଲୀ : କଂଗ୍ରେସ ଗୁରୁବାର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲ ଅଭିଯୋଗ କରିଛନ୍ତି ଯେ ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କର୍ବଟ ଜାତୀୟ ଅଭୟାରଣ୍ୟରେ ଡିସ୍କଭରୀ ଚ୍ୟାନେଲର ମୁଖ୍ୟଙ୍କ ସହ କୂମ୍ଭୀରଙ୍କୁ ନେଇ ଫିଲ୍ମ ସୁଟିଂ କରୁଥିଲେ। ସହିଦଙ୍କ ଅପମାନର ମୋଦୀ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ବିଶ୍ୱରେ କେଉଁଠି ଦେଖିବାକୁ ମିଳେନି। ଯେତେବେଳେ ଦେଶ ସହିଦଙ୍କ ଶବର ଖଣ୍ଡ ବିଖଣ୍ଡିତ ଅଂଶକୁ ଗୋଟାଉଥିଲା ସେତବେଳେ ମୋଦୀ ଚାହା ଜଳଖିଆ କରୁଥିଲେ।
ସୂର୍ଯ୍ୟେୱାଲଙ୍କ କହିବା ଅନୁସାରେ ମୋଦୀ ଦିନଯାକ କର୍ବଟ ଜାତୀୟ ଅଭୟାରଣ୍ୟରେ ସୁଟିଂ କରିବା ପରେ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ସେଠାରୁ ବାହାରିଥିଲେ। ସେହି ଦିନ ୩ଟା ୧୦ ମିନିଟରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଧନଗଢି ଗେଟ୍‍ ଦେଇ ମୋଦୀଙ୍କ ଗାଡ଼ି ଗଲାବେଳେ ଲୋକମାନେ ମୋଦୀ ଜିନ୍ଦାବାଦ୍ ସ୍ଲୋଗାନ ଦେଇଥିଲେ। ଦେଶରେ ଶୋକର ଲହରୀ ଖେଳିଯାଇଥିବାବେଳେ ମୋଦୀ ନିଜ ନାମରେ ସ୍ଲୋଗାନ ନେଉଥିଲେ। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ସାକ୍ଷୀ ମହାରାଜ ସହିଦଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହସୁଥିବା ଦେଖିବାକୁ ମିଳିଥିଲା। ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଜଣେ ସହିଦଙ୍କ ମୃତଦେହ ସହ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା। ସାରା ଦେଶ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଝଟକାରୁ ବାହରିନଥିବା ବେଳେ ମୋଦୀ ଦିନିକିଆ ଦକ୍ଷିଣ କୋରିଆ ଗସ୍ତରେ ଚାଲିଯାଇଛନ୍ତି।
ଏହାସହ କଂଗ୍ରେସ ମୋଦୀଙ୍କୁ ୭ଟି ପ୍ରଶ୍ନ ପଚାରିଛି।
୧-ସହିଦଙ୍କ ମୃତ୍ୟୁ ପରେ ଦେଶରେ କାହିଁକି ରାଷ୍ଟ୍ରୀୟ ଶୋକ ଘୋଷଣା କରାଗଲା ନାହିଁ ?
୨-କାହିଁକି ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଗୃହମନ୍ତ୍ରୀଙ୍କ ବିଫଳତା ସ୍ୱୀକାର କରୁନାହାନ୍ତି ?
୩-ସରକାର ଜୈଶ-ଏ-ମହମ୍ମଦ ଚେତାବନୀକୁ କାହିଁକି ଅଣଦେଖା କରାଗଲା ?
୪-ସରକାର ସିଆରପିଏଫ ଯବାନଙ୍କୁ ବିମାନରେ ଶ୍ରୀନଗର ନେବା ଆଣିବା ଆବେଦନକୁ କାହିଁକି ଗ୍ରହଣ କରିନଥିଲେ ?
୫- ଯବାନଙ୍କ ଜୀବନ ବଞ୍ଚାଯାଇ ପାରିଥାନ୍ତା କି ନାହିଁ ?
୬-୫୬ ମାସରେ କାହିଁକି ୪୮୮ ଯବାନଙ୍କ ମୃତ୍ୟୁ ଘଟିଛି ?
୭-ବିମୁଦ୍ରାୟନରୁ ଆତଙ୍କବାଦୀ ଆକ୍ରମଣ କାହିଁକି ବନ୍ଦ ହେଲା ନାହିଁ ?

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories