www.samajalive.in
Sunday, December 14, 2025
16.1 C
Bhubaneswar

ଅମଲା ସଂଘର କାର୍ଯ୍ୟ ବନ୍ଦ ଚେତାବନୀ

ଫୁଲବାଣୀ: ଓଡ଼ିଶା ରାଜ୍ୟ ଅମଲା ସଂଘର ନିଷ୍ପତି ପ୍ରକାରେ କନ୍ଧମାଳ ଅମଲା ସଂଘ ମଧ୍ୟ ୧୦ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନି ଦେଇଛନ୍ତି। ପୂର୍ବରୁ ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଦର୍ଶାଯାଇଥିଲେ ମଧ୍ୟ କୌଣସି ପ୍ରକାର ଦାବି ପ୍ରତି ସରକାର କର୍ଣ୍ଣପାତ କରୁନଥିବା ବେଳେ ଏହାର ପ୍ରତିବାଦରେ ଆଜି ଠାରୁ ଅମଲା ସଂଘର କର୍ମଚାରୀ ମାନେ କଳାବ୍ୟାଜ୍‌‌ ପରିଧାନ କରି କାର୍ଯ୍ୟ କରୁଥିବା ବେଳେ ଆସନ୍ତା ୧୧ ତାରିଖ ସୁଦ୍ଧା ଦାବି ପ୍ରତି ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରନ୍ତି ତାହାହେଲେ ଆସନ୍ତା ୧୪ ତାରିଖରୁ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଜିଲା ଶାଖାର ଉପଦେଷ୍ଟା ଗଣେଷ ନାୟକ, ବିନୋଦ ମହାନ୍ତି, ଗୀତାଞ୍ଜଳୀ ବେହେରା, ମମତା ବେହେରା, ମନ୍ଦାକିନୀ ଦିଗାଲ, ଶିବ ପ୍ରସାଦ ମେହେରା ପ୍ରମୁଖ ଏକ ପ୍ରେସ ବାର୍ତାରେ ପ୍ରକାଶ କରିଛନ୍ତି। ଆଜି କଳାବ୍ୟାଜ୍‌‌ ପରିଧାନ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋପ ପ୍ରଦର୍ଶନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories