www.samajalive.in
Sunday, December 14, 2025
19.1 C
Bhubaneswar

ଯୁଦ୍ଧକୁ ନେଇ ସଲମାନଙ୍କ ନୂଆ ସିନେମା: ‘ବ୍ୟାଟେଲ ଅଫ ଗଲୱାନ୍‌’ ପ୍ରଥମ ଲୁକ୍ ଦେଖି ଦର୍ଶକ ଉତ୍ସାହିତ

ସମାଜ ଡିଜିଟାଲ ଡେସ୍କ: ସାମ୍ନାକୁ ଆସିଲା ସଲମାନଙ୍କ ଭୟଙ୍କର ଚେହେରା। ଭାଇଜାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ୟାଟେଲ ଅଫ ଗଲୱାନ୍‌’ର ମୋଶନ ପୋଷ୍ଟର ରିଲିଜ ହୋଇଛି। ସଲମାନ ନିଜ ସାମାଜିକ ଗଣମାଧ୍ୟମରେ ଏହାକୁ ଶେୟାର କରିଛନ୍ତି।

ପୋଷ୍ଟରରେ ସେ ଏକ ନୂଆ ଚେହେରାରେ ନଜର ଆସୁଛନ୍ତି। ସଲମାନଙ୍କ ଚେହେରା ରକ୍ତ ଜୁଡୁବୁଡୁ ଓ କ୍ରୋଧିତ ଥିବା ଭଳି ଜଣାପଡୁଛି। ସେ ଏକ ବନ୍ଧା ହୋଇଥିବା କଣ୍ଟା ତାରକୁ କାନ୍ଧରେ ଧରିଛନ୍ତି। ପଛପଟେ ବରଫରେ ଆଛାଦିତ ଏକ ପର୍ବତ ରହିଛି। ସିନେମାଟି ଗଲୱାନ ଭ୍ୟାଲିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଙ୍ଘର୍ଷ ଉପରେ ଆଧାରିତ, ଯେଉଁଥିରେ କି ଗୋଟିଏ ବି ଗୁଳି ନ ଚଳାଇ ଲଢେଇ ହୋଇଥିଲା। ଯବାନମାନେ ଲାଠି, ପଥର ଓ ହାତରେ ଲଢ଼ିଥିଲେ।

- Advertisement -

ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ହିମେଶ ରେଶମିଆ। ବଲିଉଡ଼ରେ ଯୁଦ୍ଧକୁ ନେଇ ଅନେକ ସିନେମା ହୋଇଛି।୧୯୯୭ରେ ରିଲିଜ ହୋଇଥିଲା ‘ବର୍ଡର’ ସିନେମା, ଯାହା ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ। ୨୦୦୩ରେ ଜେ.ପି ଦତ୍ତଙ୍କ ନିର୍ଦ୍ଦେଶିତ ସିନେମା ‘ଏଲଓସି କାରଗିଲ’ ହେଉଛି କାରଗିଲ ଯୁଦ୍ଧରେ ଲଢ଼ିଥିବା ଭାରତୀୟ ସୈନିକଙ୍କ ପ୍ରତି ଏକ ବିଶାଳ ଶ୍ରଦ୍ଧାଞ୍ଜଳି। ଏହି ଚଳଚ୍ଚିତ୍ରଟି ୧୯୯୯ ମସିହା କାରଗିଲ ଯୁଦ୍ଧରେ ଭାରତୀୟ ଯବାନଙ୍କ ସାହସ ଓ ପରାକ୍ରମ ଉପରେ ଆଧାରିତ। ୨୦୧୯ରେ ରିଲିଜ ହୋଇଥିଲା ‘ଉରି-ଦି ସର୍ଜିକାଲ ଷ୍ଟ୍ରାଇକ’, ଯାହା ୨୦୧୬ ମସିହାରେ କାଶ୍ମୀରର ଉରିରେ ଥିବା ସେନା ବେଶ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଆଧାରିତ। ଏହାପରେ ଭାରତ ପାକିସ୍ତାନଠାରୁ ପ୍ରତିଶୋଧ ନେଇଥିଲା। ଭାରତର ସାହସୀ ସୈନିକ ମାନେ ପାକିସ୍ତାନରେ ପଶି ଏକ ଗୁପ୍ତ ଅପରେସନ କରିଥିଲେ, ଯାହା ସଫଳ ହୋଇଥିଲା। ‘ବ୍ୟାଟେଲ ଅଫ ଗଲୱାନ’ରେ ସଲମାନଙ୍କ ବିପକ୍ଷରେ ନାୟିକା ଭାବେ ଚିତ୍ରାଙ୍ଗଦା ସିଂହ ଅଭିନୟ କରୁଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories