www.samajalive.in
Friday, December 5, 2025
26.1 C
Bhubaneswar

ସରକାରୀ ଆମ୍ବୁଲାନ୍ସ ସେବାର ହେବ ମୂଲ୍ୟାୟନ

ଭୁବନେଶ୍ବର: ରାଜ୍ୟରେ ସରକାରଙ୍କ ପକ୍ଷରୁ ନିୟୋଜିତ ଆମ୍ବୁଲାନ୍ସ ରୋଗୀଙ୍କୁ କିପରି ସେବା ପ୍ରଦାନ କରୁଛନ୍ତି ତାହାର ତର୍ଜମା କରାଯିବ। କେତେ ସମୟ ଭିତରେ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚୁଛି, କେତେ ସମୟରେ ରୋଗୀ ଡାକ୍ତରଖାନାରେ ପହଞ୍ଚିପାରୁଛନ୍ତି, ଆମ୍ବୁଲାନ୍ସରେ ସବୁ ଜରୁରୀ ଚିକିତ୍ସା ସାମଗ୍ରୀ ଉପଲବ୍ଧ ଅଛି କି ନାହିଁ, କର୍ମଚାରୀଙ୍କ ବ୍ୟବହାର କେମିତି ରହୁଛି, ରୋଗୀ ସନ୍ତୁଷ୍ଟି ସୁନିଶ୍ଚିତ ହେଉଛି କି ନାହିଁ, ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହୁଛନ୍ତି କି ନାହିଁ ସେ ବିଷୟ‌ରେ ଯାଞ୍ଚ କରାଯିବ। ସରକାରଙ୍କ ପକ୍ଷରୁ ପ୍ରଦତ୍ତ ୧୦୮, ୧୦୪ ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ ଏବଂ ନୌକା ଆମ୍ବୁଲାନ୍ସ ଲକ୍ଷ୍ୟ ପୂରଣରେ କେତେଦୂର ସଫଳ ହେଉଛନ୍ତି ତାହା ଜାଣିବା ପାଇଁ ଏକ ଅଭିଜ୍ଞ ଓ ବୃତ୍ତିଗତ ସଂସ୍ଥା ଦ୍ବାରା ସର୍ବେକ୍ଷଣ କରାଯିବ। ବଡ଼ କଥା ହେଲା ଭୌ‌ଗୋଳିକ ଅବସ୍ଥିତି ଦୃଷ୍ଟିରୁ ଆମ୍ବୁଲାନ୍ସର ଉପଲବ୍ଧତାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ଆମ୍ବୁଲାନ୍ସ ସେବାରୁ ଅପହଞ୍ଚ ଅଞ୍ଚଳ ଏବଂ ଆମ୍ବୁଲାନ୍ସ ଥାଇ ସୁଦ୍ଧା ପହଞ୍ଚିପାରୁ ନ ଥିବା ଅଞ୍ଚଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ନିର୍ଦିଷ୍ଟ ଆମ୍ବୁଲାନ୍ସ ମରାମତି ପାଇଁ କେତେ ଦିନ ସେବାରୁ ବାହାରେ ରହୁଛି, ଚାଲୁଥିବା ସମୟରେ କେତେ ଆମ୍ବୁଲାନ୍ସ ଯାନ୍ତ୍ରିକ ସମସ୍ୟା ପାଇଁ ଅଟକି ଯାଇଛି ତାହା ଏଥିରେ ସ୍ଥାନ ପାଇବ। ଅତି ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ଆମ୍ବୁଲାନ୍ସ ସେବା କେତେଦୂର ସଫଳ ହେଉଛି ତାହା ଜାଣିବା ପାଇଁ ଉଦ୍ୟମ କରାଯିବ। ଏହି ରିପୋର୍ଟ ଆଧାରରେ ଆବଶ୍ୟକତା ଦୃଷ୍ଟିରୁ ଅଧିକ କିମ୍ବା ନୂଆକରି ଆମ୍ବୁଲାନ୍ସ ସେବା ଆରମ୍ଭ ହେବ, ବ୍ୟବସ୍ଥାରେ ସଂସ୍କାର ଅଣାଯିବ। ଏନେଇ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି।
ସୂଚନା ଯୋଗ୍ୟ ଯେ ଗତକାଲି ଗଞ୍ଜାମ ଜିଲା ଖଲ୍ଲିକୋଟ ସାନଘାଟି ଉପରେ ୧୦୮ ଆମ୍ବୁଲାନ୍ସ ଅଚଳ ହୋଇପଡ଼ିବାରୁ ସେହି ଆମ୍ବୁଲାନ୍ସରେ ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର ହେଉଥିବା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଶଙ୍କର ମହାରଣାଙ୍କ ମୃତ୍ୟୁ ହୋଇଯାଇଥିଲା।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମୂଲ୍ୟାଙ୍କନ କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ସରକାରୀ ଆମ୍ବୁଲାନ୍ସ ସେବାକୁ ନେଇ ନାନା ଅଭିଯୋଗ ଆସୁଥିବା ବେଳେ ଏପରି ସର୍ବେକ୍ଷଣ କିଛି ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ଜାରି ରଖିବା ଲାଗି ୨୩୮୮.୪୫ କୋଟି ଟଙ୍କାର ବ୍ୟୟ ଅଟକଳକୁ ଗତ ଏପ୍ରିଲରେ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିଲେ। ମୂଲ୍ୟାଙ୍କନ ସମୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟ, ଆମ୍ବୁଲାନ୍ସ କର୍ମଚାରୀ, କଲ୍‌ ସେଣ୍ଟର କର୍ମଚାରୀ, ସୁପରଭାଇଜର୍, ଡାକ୍ତର ଓ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀ, ବିଡିଓ, ସିଡିଏମ୍‌ଓଙ୍କ ମତାମତ ନିଆଯିବ। ୩/୪ ଜିଲାକୁ ମିଶାଇ ଗୋଟିଏ ଲେଖାଏଁ ଗୋଷ୍ଠୀ ଗଠନ କରାଯାଇ ମୂଲ୍ୟାଙ୍କନ କରାଯିବ। ସଂସ୍ଥା ଏହି କାର୍ଯ୍ୟ ଆରମ୍ଭ କରିବାର ୪୫ ଦିନ ଭିତରେ ଶେଷ କରି ପରବର୍ତ୍ତୀ ୧୦ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories