www.samajalive.in
Sunday, December 14, 2025
26.1 C
Bhubaneswar

ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ଭବାନୀପାଟଣା: ଭକ୍ତଙ୍କ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଭବାନୀପାଟଣାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ମାଉସୀ ମା ମନ୍ଦିରରୁ ଅପରାହ୍ନ ପ୍ରାୟ ୪.୩୦ ମିନିଟ ସମୟରେ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ରଥାରୁଢ କରାଯାଇଥିଲା। ଛେରା ପହଁରା ପରେ ରଥ ଟଣା ହେଇଥିଲା। ଏହି ଅବସରରେ ପ୍ରଶାସନିକ ଅଧିକାରୀ, ଦେବୋତ୍ତର ବିଭାଗ ଅଧିକାରୀ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ବ୍ୟବସ୍ଥିତ ଭାବେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଇଥିଲେ।

ସେହିଭଳି ଆଜି ସ୍ଥାନୀୟ ବାଲାଜୀ ମନ୍ଦିର ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଇଥିଲା। ସ୍ଥାନୀୟ ଜେଲଖାନା ଛକ ନିକଟ ମାଉସୀ ମାଁ ମନ୍ଦିରରୁ ବାଲାଜୀ ମନ୍ଦିର ଯାଏଁ ରଥ ଟଣା ଯାଇଥିଲା। ଇରିଗେଶନ କଲୋନୀର ତ୍ରିନାଥ ମନ୍ଦିର ପରିସରରେ ଥିବା ମାଉସୀ ମନ୍ଦିରରୁ ଇରିଗେଶନ କଲୋନୀ ଛକରେ ଥିବା ଜଗନ୍ନାଥ ମନ୍ଦିରକୁ ତିନି ଠାକୁର ବାହୁଡ଼ି ଯାଇଥିଲେ। ପୁରୁଣା ପଡ଼ା, ମଦନମୋହନ ମନ୍ଦିର ପଡ଼ାରେ ମଧ୍ୟ ମହାସମାରୋହରେ ବାହୁଡ଼ା ଯାତ୍ରା ପାଳିତ ହେଇଥିଲା।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories