www.samajalive.in
Saturday, December 13, 2025
18.1 C
Bhubaneswar

ବିନା ଅନୁମତିରେ ପାଇପ ଲାଇନ ବିଛାଇବା ନେଇ ଅଭିଯୋଗ

ଆଠଗଡ଼: ଆଠଗଡ଼ ମହାନଦୀରୁ ପାଣି ଢେଙ୍କାନାଳ ଗଜମରା ଅଞ୍ଚଳକୁ ନେବା ଲାଗି ବିନା ଅନୁମତିରେ ସରକାରୀ ଜମିରେ ବଡ ବଡ ଗାତ ଖୋଳା ଯାଉଥିବା ଅଭିଯୋଗ ହୋଇଛି। ସେଠାରେ ଥିବା ଏକ କମ୍ପାନୀକୁ ପାଣି ଯୋଗାଇବା ପାଇଁ ଏହି ପାଇପ ଲାଇନ କାର୍ଯ୍ୟ ଇଡ଼କୋ ମାଧ୍ୟମରେ ଏକ ଠିକା ସଂସ୍ଥା ଆରମ୍ଭ କରିଛି ବୋଲି କୁହାଯାଉଛି। କିନ୍ତୁ ପାଣି ପାଇପ ବିଛାଇବା ପାଇଁ ଆଠଗଡ଼ ରାଜସ୍ବ ବିଭାଗର ବିନା ଅନୁମତିରେ ଏହି ପାଇପ ଲାଇନ ବିଛା ଲାଗି ମାଟି ଖୋଳାଖୋଳି ଚାଲିଛି ବୋଲି ଜଣାପଡିଛି।

ଏ ବିଷୟରେ ଆଠଗଡ଼ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ଓ ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭଟ୍ଟଙ୍କୁ ଯୋଗାଯୋଗ କରିବାରେ ସେମାନେ ଜାଣିନାହାଁନ୍ତି କି ଅନୁମତି ଦେଇନଥିବା କହିଥିଲେ। ଏବେ ସୂଚନା ପାଇବା ପରେ ରାଜସ୍ବ ନିରୀକ୍ଷକଙ୍କୁ ପାଇପ ଲାଇନ ଖୋଳି ପାଇପ ବିଛା ଯାଉଥିବା ସ୍ଥାନକୁ ଅନୁସନ୍ଧାନ ଲାଗି ପଠାଇଛୁ ବୋଲି ତହସିଲଦାର କହିଛନ୍ତି। ଅନିୟମିତତା କରିଥିଲେ ସଂପୃକ୍ତ ସଂସ୍ଥା ବିରୋଧରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories