www.samajalive.in
Thursday, December 11, 2025
23.1 C
Bhubaneswar

ଶ୍ରୀ ସିଦ୍ଧିବିନାୟକ ଓ ସିଦ୍ଧିନାଥ ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ସମାରୋହ

ସମ୍ବଲପୁର: ସମ୍ୱଲପୁର ପ୍ରେସ କ୍ଲବ୍ ଠାରେ ଏକ ସପ୍ତାହ ଧରି ଚାଲିଥିବା ନବ ନିର୍ମିତ ଶ୍ରୀ ସିଦ୍ଧିବିନାୟକ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଛି। ମହାସମାରୋହରେ ଆୟୋଜିତ ଏହି ଉତ୍ସବର ଶେଷ ଦିନରେ ହୋମଯଜ୍ଞ, ବେଦ ଓ ମନ୍ତ୍ରପାଠ ମଧ୍ୟରେ ଶ୍ରୀ ସିଦ୍ଧିବିନାୟକ ଓ ଶ୍ରୀ ସିଦ୍ଧିନାଥ ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ସନ୍ଧ୍ୟାରେ ଶ୍ରୀ ସିଦ୍ଧିବିନାୟକ ଭକ୍ତଙ୍କୁ ଦିବ୍ୟଦର୍ଶନ ଦେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆସି ଶ୍ରୀ ସିଦ୍ଧିବିନକ୍ଷୟକଙ୍କ ଦର୍ଶନ କରିଥିଲେ। ନିଜ ଶିଷ୍ୟଗଣଙ୍କ ସହ ସ୍ବାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ ଉତ୍ସବରେ ସାମିଲ ହୋଇ ଶ୍ରୀ ସିଦ୍ଧି ବିନୟକଙ୍କ ପ୍ରଥମ ଆଳତି କରିଥିଲେ।

କଟକ ରାସବିହାରୀ ମଠର ସନ୍ଥ ନୀଳାଚଳ ଦାସ ମହାରାଜ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ପ୍ରବଚନ ଦେଇଥିଲେ। ପଣ୍ଡିତ ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ପଣ୍ତିତ ପିକେଶ ପୁରୋହିତ, ପଣ୍ତିତ ବିଦ୍ୟାଭୂଷଣ ନାୟକ, ପଣ୍ତିତ ବିଶ୍ବନାଥ ପଣ୍ଡା, ପଣ୍ଡିତ ହରିଶଙ୍କର ପଣ୍ଡା, ପଣ୍ତିତ ଶତାକ୍ଷୀ ପ୍ରସାଦ ମିଶ୍ର, ପଣ୍ତିତ ସିଦ୍ଧାର୍ଥ ଦାଶ, ସ୍ବାମୀ ସତ୍ୟଧର୍ମାନନ୍ଦ ସରସ୍ବତୀ ପ୍ରମୁଖ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରେସ କ୍ଲବ୍ ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ସଭାପତି ଅର୍ଜୁନ ରଞ୍ଜନ ପଣ୍ଡା, ହେମନ୍ତ ମହାପାତ୍ର, ଜ୍ଞାନ ରଞ୍ଜନ ମିଶ୍ର, ବିରାଜ ମିଶ୍ର, ଗୌତମ ମିଶ୍ରଙ୍କ ସମେତ କ୍ଲବ୍ ର ସଦସ୍ୟ ସଦସ୍ୟା ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ କାର୍ୟକ୍ରମରେ ସାମିଲ ହୋଇ ଶ୍ରୀ ସିଦ୍ଧିବିନାୟକଙ୍କ ଆଶୀର୍ବାଦ ଲଭିଥିଲେ। ଏହି ଅବସରରେ ଅନ୍ନକୋଟ, ସଂକୀର୍ତନ, ଭଜନସନ୍ଧ୍ୟା, ଭାଗବତ ପ୍ରବଚନ ଆଦି ଅନୁଷ୍ଠିତ ହୋଇଥିଲା।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories