www.samajalive.in
Tuesday, December 9, 2025
19.1 C
Bhubaneswar

ନାବାଳିକା ନିଖୋଜ ଘଟଣା, ଥାନାରେ ଧାରଣା ଦେଲେ ପରିବାରଲୋକେ ଓ ଗ୍ରାମବାସୀ 

ଲଡୁଗାଁ : କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମ ଭାଲୁପଡାର ଦଶରଥ ହଂସଙ୍କ ନାବାଳିକା ଝିଅ ନିଖୋଜ ହୋଇଯାଇଥିଲା। କୋକସରା ଥାନାରେ ଏତଲା ଦେବାର ୯ ଦିନ ବିତିଥିଲେ ମଧ୍ୟ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ପ୍ରତିବାଦରେ ଶୁକ୍ରବାର ନିଖୋଜ ନାବାଳିକାଙ୍କ ପରିବାର ଓ ଗ୍ରାମବାସୀ ମାନେ କୋକସରା ଥାନାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ସୁନାମାଲ ଗ୍ରାମର ନାବାଳିକା ମାଟ୍ରିକ ପରୀକ୍ଷା ଦେଇଥିବା ଝିଅ ଗତ ୧୯ ତାରିଖ ଅପରାହ୍ନରୁ ନିଖୋଜ ହୋଇଥିବାବେଳେ ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ଗତ ୨୫ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ନିକଟସ୍ଥ ସୁନିଆପଡା ଗ୍ରାମର ଜଣେ ଯୁବକ ବସନ୍ତ ମାଝୀ ପୂର୍ବରୁ ଘରକୁ ଆସି ଝିଅ ସହ କଥାବାର୍ତ୍ତା ହୋଇ ତାଙ୍କୁ ପ୍ରେମ ଜାଲରେ ଫସାଇ  ଅପହରଣ କରି ନେଇଥିବା ନେଇ ନିଖୋଜ ନାବାଳିକା ଝିଅର ବାପା ଓ ମା ଗତ ମଙ୍ଗଳବାର ଦିନ ଥାନାକୁ ଆସି ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନଥିବା ବେଳେ କୋକସରା ଆଇଆଇସି ସ୍ନିଗ୍ଧାରାଣି ସୁନା ଆଲୋଚନା ଜାରି ରଖିଛନ୍ତି ଓ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଆମେ ଶୀଘ୍ର ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିବୁ ବୋଲି ପୁଲିସ କହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories