www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭାବବିହ୍ୱଳ କରିବ ଏହି ଦୃଶ୍ୟ; ଉଛୁଳା ବନ୍ୟା ଜଳ ଭର୍ତ୍ତି ନଦୀରେ ଛୁଆଙ୍କ ଜୀବନ ବଞ୍ଚାଇବାକୁ ଡେଇଁଲେ ବାପା, ତା’ପରେ ଯାହା ହେଲା..

ନୂଆଦିଲ୍ଲୀ : ଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଜାରି ରହିଛି । କିଛି ରାଜ୍ୟରେ ହଠାତ୍‌ ବନ୍ୟା ସ୍ଥିତି ବିଗିଡିବାରୁ ନଦୀରେ ଜଳର ପ୍ରଖର ସ୍ରୋତ ରହିଛି । ଏଭଳି କି ବାଦଲ ଫାଟିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ପ୍ରବଳ ବର୍ଷା, ବନ୍ୟା ମଧ୍ୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଆଖିରେ ଲୁହ ଆସିବା ସହ ଭାବବିହ୍ୱଳ ମଧ୍ୟ କରୁଛି । ଭିଡିଓଟି ଜଣେ ବ୍ୟକ୍ତିଙ୍କର ଯେ କି ସାହସ ଦେଖାଇ ଉଛୁଳା ନଦୀରୁ ନିଜ ଛୁଆଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଛନ୍ତି । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି।

- Advertisement -

ଭିଡିଓରେ ଦେଖିପାରିବେ, ନଦୀରେ ହଠାତ୍‌ ପ୍ରଖର ଜଳ ମାଡି ଆସିଛି । ସେହି ନଦୀରେ ୨ ଶିଶୁ ଫସି ରହିଛନ୍ତି। ଶିଶୁ ୨ ଜଣ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି । ଯେପରି ମନେ ହେଉଛି ସେମାନେ ଭାସି ଯିବେ । ମାତ୍ର ସେହି ସମୟରେ ଶିଶୁଙ୍କ ବାପା ନିଜ ଜୀବନକୁ ବିପଦରେ ପକାଇ ସାହସର ସହ ବନ୍ୟାଜଳ ଭର୍ତ୍ତି ନଦୀକୁ ଯାଉଛନ୍ତି । ନିଜ ଛୁଆଙ୍କୁ ଜାବୁଡି ଧରିଛନ୍ତି । ନଦୀରେ ଜଳର ପ୍ରଖର ସ୍ରୋତ କାରଣରୁ ଖୁବ୍‌ କଷ୍ଟରେ ନଦୀ କୂଳକୁ ଆସିବାକୁ ସକ୍ଷମ ହେଉଛନ୍ତି। କୂଳର ନିକଟରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଅନ୍ୟଲୋକେ ତାଙ୍କୁ ସାହାଯ୍ୟ କରୁଛନ୍ତି ।
ଭିଡିଓକୁ ଦେଖିବା ପରେ ଲୋକେ ଭାବୁକ ହେବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବ୍ୟକ୍ତିଙ୍କ ପ୍ରଶଂସା କରିଛନ୍ତି । କହିଛନ୍ତି ଛୁଆଙ୍କ ଜୀବନ ରକ୍ଷା କରିବାକୁ ବାପା ସାମ୍ନାରେ ଥିବା ସମସ୍ତ ଝଡ ତୋଫାନ୍‌ ସହ ଲଢେଇ କରି ପାରେ ।

ଦୀର୍ଘ ବର୍ଷ ପରେ ଏବର୍ଷର ଏକାଦଶୀରେ ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ; ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌, ବଢିବ ଦରମା..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories