www.samajalive.in
Sunday, December 14, 2025
19.1 C
Bhubaneswar

ଫକ୍ସକନରୁ ନିଜ କର୍ମଚାରୀଙ୍କୁ ଫେରାଇନେଲା ଚୀନ୍, ଭାରତରେ ଆଇଫୋନ୍ ପ୍ରସ୍ତୁତ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ : ଫକ୍ସକନ ଭାରତରେ ଥିବା ନିଜ ଆଇଫୋନ୍ ଫ୍ୟାକ୍ଟ୍ରିରୁ ଶହ ଶହ ଚାଇନା ଇଞ୍ଜିନିୟର ଏବଂ ଟେକ୍ନିସିଆନଙ୍କୁ ଫେରାଇ ନେଇଛି । ଏହା ଫଳରେ ଭାରତରେ ଆପଲର ଆଇଫୋନ୍ ପ୍ରସ୍ତୁତକୁ ନେଇ ବଡ ଝଟକା ଲାଗିଛି । ଏହା ମଧ୍ୟରେ କମୋଡିଟି ନିବେଶକ ସୂର୍ଯ୍ୟ କନେଗାଁଓକର ଏନେଇ କହିଛନ୍ତି କି ଭାରତରେ ଫକ୍ସକନର ଆଇଫୋନ୍ କାରଖାନାରୁ ଚୀନ୍ ଦ୍ବାରା ଇଞ୍ଜିନିୟରଙ୍କୁ ଡକାଇନେବା କୌଣସି ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ । ଭାରତକୁ ପଛରେ ପକାଇବା ପାଇଁ ଚୀନ୍ କିଛି ବି କରିପାରେ ବୋଲି ସେ ମତ ଦେଇଛନ୍ତି ।

ଫକ୍ସକନର ତାମିଲନାଡୁ ଓ କର୍ଣ୍ଣାଟକ ଫ୍ୟାକ୍ଟ୍ରିରୁ ୩୦୦ରୁ ଅଧିକ ଚୀନ୍ ଟେକ୍ନିସିଆନଙ୍କୁ ଫେରାଇନେବା(ଯେଉଁମାନେ ଆଇଫୋନ୍ ୧୭ ପ୍ରସ୍ତୁତି ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକ ଗ୍ରହଣ କରୁଥିଲେ) ଏକ ବ୍ୟବସାୟିକ ଚାଲ୍ । ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତିକୁ କୌଣସି ଦେଶକୁ ବିରତ ରହିବା ପାଇଁ କିଛି ଦେଶ ଏଭଳି ପଦକ୍ଷେପ ନେଇଥାନ୍ତି । ସୂଚନାଯୋଗ୍ୟ ଫକ୍ସକନ୍ ସ୍ଥାନୀୟ ଟିମକୁ ଟ୍ରେଣ୍ଡ୍ କରିବା ଏବଂ ଉଚ୍ଚସ୍ତରୀୟ ବିନିର୍ମାଣ ପ୍ରକ୍ରିୟାକୁ ଏମ୍ବେଡ୍ କରିବା ପାଇଁ ଚୀନ୍ ଇଞ୍ଜିନିୟରଙ୍କ ଉପରେ ଭରସା କରିଥିଲା । ସେମାନେ ଅଚାନକ ଚାଲିଯିବା ପରେ ଏଥିରେ ବାଧା ଉପୁଜିବା ସ୍ବାଭାବିକ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories