www.samajalive.in
Saturday, December 6, 2025
23.1 C
Bhubaneswar

ହୀରାକୁଦ ପାଇଁ ବିପଦ ନାହିଁ-ସର୍ବୋଚ୍ଚ ଯନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଜଳକା ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଏନେଇ ଆଜି ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି । ସେ କହିଛନ୍ତି ଝାଡଖଣ୍ଡରେ ସୃଷ୍ଟ ଘୂର୍ଣ୍ଣିବଳୟ ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ହେବ । ହୀରାକୁଦ ପାଇଁ ବିପଦ ନାହିଁ, ବୈତରଣୀ ଉପରମୁଣ୍ଡରେ ବର୍ଷା ହେବ । ଅସମୟରେ ବର୍ଷା କାରଣରୁ ଗାଁ ଭିତରୁ ପାଣି ଛାଡୁନି । ଝାଡଖଣ୍ଡ ଚାନ୍ଦିଲିର ୬ଟି ଗେଟ୍‍ ଦେଇ ଜଳ ନିଷ୍କାସନ ହେଉଛି । ଘାଇ କେଉଁଠି ବି ହୋଇନି, ବର୍ଷାର ପରିମାଣ ସବୁଠି ଅଧିକ ରହୁନି । ମହାନଦୀରେ ୬୦ମି.ମି, ବ୍ରାହ୍ମଣୀରେ ୩୦ ମି.ମି ବର୍ଷା ହୋଇଛି । ଏକକାଳୀନ ଉପର ଓ ତଳ ମୁଣ୍ଡରେ ବାଦଲ ଫାଟିଲେ ବନ୍ୟା ହେବ । ବାଦଲ ଫଟା ବର୍ଷାର ସମ୍ଭାବନା ନାହିଁ । ଡ୍ୟାମ୍‍ ଅବବାହିକାରେ ବର୍ଷା ଉପରେ ବନ୍ୟା ସ୍ଥିତି ନିର୍ଭର କରୁଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories