ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବର୍ତ୍ତମାନ ହଳଦୀ ଟ୍ରେଣ୍ଡ୍ ଖୁବ୍ ଭାଇରାଲ୍ ହେଉଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡରେ ମଧ୍ୟ ଏହି ଟ୍ରେଣ୍ଡ୍ ଖୁବ୍ ଜୋର୍ ଧରିଛି । ଏବେ ଏହି ହଳଦୀକୁ ନେଇ ଜଣେ ଯୁବକ ଏଭଳି କିଛି କରିଛନ୍ତି, ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ ହେଉଛି । ଯୁବକ ଜଣକ ହଳଦୀ ସହ ଏପରି କିଛି କରିଛନ୍ତି ଯେ କିଛି କ୍ଷଣରେ ହିଁ ତାଙ୍କ ଜୀବନ ଚାଲିଯାଇ ଥାନ୍ତା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଭିଡିଓରେ ଦେଖିପାରିବେ, ଜଣେ ଯୁବକ ଏକ ଚାମଚରେ ହଳଦୀ ନେଇ ଏକ ପୋଖରୀ ଭିତରେ ପହଞ୍ଚିଛନ୍ତି । ପ୍ରଥମେ ଯୁବକ ଜଣକ ପୋଖରୀ ପାଣିରେ ହଳଦୀ ପକାଇଛନ୍ତି । ମାତ୍ର ସେହି ସମୟରେ ତାଙ୍କ ସହ ଯାହା ହେଲା କେହି କେବେ କଳ୍ପନା ମଧ୍ୟ କରି ନଥିବେ । ଯୁବକ ଜଣକ ପୋଖରୀରେ ହଳଦୀ ପକାଇବା ମାତ୍ରେ ହଠାତ୍ ଏକ ସାପ ଆସି ଯୁବକଙ୍କ ଉପରେ ଆକ୍ରମଣ କରୁଛି । ଏହା ଦେଖି ଯୁବକ ଜଣକ ଭୟରେ ସେଠାରୁ ଦୌଡି ପଳାଉଛନ୍ତି । ସୌଭାଗ୍ୟବଶତଃ ସାପ ତାଙ୍କୁ ଦଂଶନ କରି ପାରି ନାହିଁ ।



