www.samajalive.in
Sunday, December 14, 2025
19.1 C
Bhubaneswar

ସିଧୁଙ୍କୁ କପିଲ ଶର୍ମା ଶୋରୁ ବିଦା ପାଇଁ ସଲମାନଙ୍କୁ ନିବେଦନ କଲେ ଅଶୋକ ପଣ୍ଡିତ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ସିଧୁଙ୍କୁ ଆଲୋଚନାର ଶରବ୍ୟ ହେବାକୁ ପଡିଛି। ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ କାର୍ୟ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ରେ ନିୟମିତ କଳାକାର ଥିବା ସିଧୁଙ୍କୁ ହଟାଇବା ପାଇଁ ବଲିଉଡ ପ୍ରଯୋଜକ ଅଶୋକ ପଣ୍ଡିତ ସଲମାନଙ୍କୁ ନିବେଦନ କରିଛନ୍ତି । କପିଲା ଶର୍ମା ଶୋକୁ ପ୍ରଯୋଜନା ଦେଉଥିବା ସଲମାନ ଖାନଙ୍କୁ ଅଶୋକ ପଣ୍ଡିତ ଟ୍ବିଟ କରି ଲେଖିଛନ୍ତି- କପିଲ ଶର୍ମା ଶୋରୁ ସିଧୁଙ୍କୁ ବିଦା କରନ୍ତୁ। ମାତ୍ର ଏନେଇ ସଲମାନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମଳିନାହିଁ।

courtesy-APN live

ପାକିସ୍ତାନକୁ ସମର୍ଥନ କରି ସିଧୁ କହିଥିଲେ ଯେ ‘କିଛି ଲୋକଙ୍କ ପାଇଁ ଗୋଟିଏ ଦେଶକୁ କାହିଁକି ବଦନାମ କରାଯିବ ?’ ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ଥାଇ ସୁଦ୍ଧା ସିଧୁଙ୍କ ଏଭଳି ମନ୍ତବ୍ୟକୁ ଦେଶବାସୀ ଗ୍ରହଣ କରିପାରି ନ ଥିଲେ। ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ସେନାମୁଖ୍ୟ କ୍ବାମାର ଜାଭେଦ ବାଜୱାଙ୍କୁ କୋଳାଗ୍ରତ କରିବା ଘଟଣାରେ ମଧ୍ୟ ସେ ସମାଲୋଚିତ ହୋଇଥିଲେ। ସେତେବେଳେ ତାଙ୍କ ଉପରେ ଏହି ଟିଭି କାର୍ଯ୍ୟକ୍ରମ ଛାଡ଼ିବା ନେଇ ମଧ୍ୟ ଚାପ ପଡ଼ିଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories