www.samajalive.in
Friday, December 5, 2025
26.1 C
Bhubaneswar

କିଏ ହେବ ଦଲାଇ ଲାମାଙ୍କ ଉତ୍ତରାଧିକାରୀ, ଜାଣନ୍ତୁ କିପରି ହୁଏ ଚୟନ

ସମାଜ ଡିଜିଟାଲ ଡେସ୍କ: ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ଗୁରୁ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମା ୯୦ବର୍ଷରେ ପଦାର୍ପଣ କରିଛନ୍ତି । ଏହାରିଭିତରେ ବର୍ତ୍ତମାନ ଆଧ୍ୟତ୍ମିକ ମୁଖ୍ୟ ୧୫ତମ ଦଲାଇ ଲାମାଙ୍କୁ ଚୟନ କରାଯିବାର ସମୟ ଆସିଛି । ଏହି ନିର୍ବାଚନ ଅନେକ ଦେଶ ପାଇଁ ଆକର୍ଷଣର ବିଷୟ ହେବା ସହ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ହୋଇଥାଏ । କାରଣ ଦଲାଇ ଲାମାଙ୍କୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ତଥାପି ଦଲାଇ ଲାମା ପୂର୍ବରୁ ଉତ୍ତରାଧିକାରୀ ବିଷୟରେ କହିସାରିଛନ୍ତି ଯେ ଏଥର ସେ ଚୀନ ବାହାରୁ ଚୟନ ହେବେ । ଏଥିପାଇଁ ଆଜିଠାରୁ ଧାର୍ମିକ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ତିବ୍ଦତୀୟ ପରମ୍ପରା ଅନୁଯାୟୀ ଜଣେ ବରିଷ୍ଠ ବୌଦ୍ଧ ଭିକ୍ଷୁଙ୍କ ଆତ୍ମା ତାଙ୍କ ମୃତ୍ୟୁ ପରେ ପୁନଃଜନ୍ମ ପାଏ ବୋଲି କୁହାଯାଏ । ଯାହ ପରେ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା କରାଯାଏ । ରିପୋର୍ଟରେ କୁହାଯାଇଛି ଯେ ଦଲାଇ ଲାମା ତାଙ୍କ ପୁସ୍ତକ ‘ଭଏସ୍‍ ଫର୍‍ ଦି ଭଏସଲେସ୍‍’ରେ କହିଥିଲେ ଯେ ତାଙ୍କ ଉତ୍ତରାଧିକାରୀ ଚୀନ ବାହାରେ ଜନ୍ମଗ୍ରହଣ କରିବେ । ଗତ ମାର୍ଚ୍ଚରେ ସେ ଏହି କଥା କହିଥିଲେ । ସାଧାରଣତଃ ଏହା ବିଶ୍ୱାସ କରାଯାଏ ଯେ ପ୍ରଥମ ଦଲାଇ ଲାମାଙ୍କ ମୃତ୍ୟୁ ପରେ ହିଁ ଦ୍ୱିତୀୟ ଦଲାଇ ଲାମାଙ୍କ ପୁର୍ନଜନ୍ମ ହୋଇଥାଏ । କିନ୍ତୁ ୨୦୧୧ ମସିହାରେ ଦଲାଇ ଲାମା ଅନ୍ୟ କିଛି କହିଥିଲେ । ସେ କହିଥିଲେ ଯେ ମୃତ୍ୟୁ ପୂର୍ବରୁ ଜ୍ଞାନ ପ୍ରକାଶ ପାଇପାରିବ । ତାଙ୍କର ଏଭଳି ବକ୍ତବ୍ୟ ପରେ କୁହାଯାଉଥିଲା ଯେ ଦଲାଇ ଲାମା ହୁଏତ ପରାମର୍ଶ ଦେଉଥିବେ ଯେ ସେ ତାଙ୍କ ଜୀବନକାଳରେ ଜଣେ ଉତ୍ତରାଧିକାରୀଙ୍କୁ ତାଲିମ ଦେବେ । କିନ୍ତୁ ଏହାର ସମ୍ଭାବନା ବହୁତ କମ୍‍ ।

- Advertisement -

 

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories