ବ୍ୟାଙ୍କକ୍: ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପାଇତୋଙ୍ଗ୍ତାର୍ନ ସିନାୱାତ୍ରାଙ୍କୁ ନିଲମ୍ବନ କରିଛନ୍ତି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏହି ନିର୍ଦେଶନାମା କାଏମ ରହିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ସାମ୍ବିଧାନିକ ଅଦାଲତ ୭-୨ ଭୋଟରେ ଏଭଳି କଟକଣା ଜାରି କରିଛନ୍ତି। କିଛି ଦିନ ପୂର୍ବେ ସୀମା ବିବାଦକୁ ନେଇ କାମ୍ବୋଡିଆ ପ୍ରତିପକ୍ଷଙ୍କ ସହ ସିନାୱାତ୍ରା ଫୋନରେ ଗୁପ୍ତ ଆଲୋଚନା କରିଥିଲେ। ଏହା ପ୍ରଘଟ ହେବାପରେ ଏକାଧିକ ସିନେଟର ତାଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ସିନାୱାତ୍ରା ୨୦୨୪ ଅଗଷ୍ଟ ୧୬ରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ।
Popular Categories



