www.samajalive.in
Friday, December 5, 2025
20.1 C
Bhubaneswar

ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ: ଯୁବପିଢ଼ିଙ୍କଠାରେ ବୃଦ୍ଧି ପାଉଛି ହୃଦ୍‌ଜନିତ ସମସ୍ୟା

ବର୍ତ୍ତମାନ ସମୟରେ ହୃଦ୍‌ରୋଗ ସମସ୍ୟା କେବଳ ବୟସ ବଢୁଥିବା ରୋଗ ମଧ୍ୟରେ ସୀମିତ ନାହିଁ, ଯୁବପିଢ଼ି, ଏପରିକି ୩୦ ବର୍ଷରୁ କମ୍ ବୟସର ଲୋକମାନେ ମଧ୍ୟ ଦ୍ରୁତ ଗତିରେ ହୃଦ୍‌ରୋଗରେ ପୀଡିତ ହେଉଛନ୍ତି। ୨୦ ବର୍ଷ ବୟସର ପିଲାମାନେ ମଧ୍ୟ ହୃଦ୍‌ଘାତର ଶିକାର ହେବାର ଅନେକ ଘଟଣା ଖବରରେ ରହିଛି। ଜିମ୍‌ରେ ବ୍ୟାୟାମ କରିବା, ଖେଳ ଖେଳିବା କିମ୍ବା ପାର୍ଟିରେ ନାଚିବା ସମୟରେ ହୃଦ୍‌ଘାତରେ ମୃତ୍ୟୁ ଖବର ଲୋକଙ୍କୁ ବହୁତ ଭୟଭୀତ କରିଛି। ଏହାର ଅର୍ଥ ହେଉଛି ହୃଦ୍‌ରୋଗ ଯେକୌଣସି ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ, ତେଣୁ ସବୁ ବୟସର ଲୋକମାନେ ଏଥି ପ୍ରତି ଗମ୍ଭୀରତାର ସହ ଧ୍ୟାନ ଦେବା ଉଚିତ। ଅଧ୍ୟୟନରୁ ଜଣାପଡିଛି ଯେ ୩୦ରୁ ୫୦ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ହୃଦ୍‌ରୋଗର ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଚାପ, ମେଦବୃଦ୍ଧି, ଉଚ୍ଚ ରକ୍ତଚାପ ଏବଂ ମଧୁମେହ। ତମାଖୁ ଏବଂ ଧୂମପାନ ଅଭ୍ୟାସ ଯୋଗୁଁ ହୃଦୟ ମଧ୍ୟ ପ୍ରଭାବିତ ହେଉଛି। ଯାହାକୁ ନେଇ ବିଶେଷଜ୍ଞମାନେ ସତର୍କ କରିଆସୁଛନ୍ତି।

ହୃଦ୍‌ଘାତର ପୂର୍ବ ଭାସ

- Advertisement -

ଚାଲିବା ବୁଲିବା, ଶିଡ଼ି ଚଢ଼ିବା ସମୟରେ ଛାତିରେ କଷ୍ଟ ଅନୁଭବ, ଅଳ୍ପ ପରିଶ୍ରମରେ ଝାଳ ବାହାରିବା କିମ୍ବା ବିନା କାରଣରେ ଝାଳ ଗମଗମ ହୋଇ ବାହାରିବା ଇତ୍ୟାଦି ଲକ୍ଷଣକୁ ହୃଦ୍‌ରୋଗ ଜନିତ ବୋଲି ଧରାଯାଏ। ଉପରୋକ୍ତ ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ହୃଦ୍‌ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଆବଶ୍ୟକ। ଯଦି ରୋଗୀର ହୃଦ୍‌ଘାତ ହୋଇଥାଏ ତେବେ ଏହା ହୃଦୟରେ ଥିବା ଧମନୀକୁ ଅବରୋଧ କରିଦେଇଥାଏ। ଫଳରେ ରୋଗୀ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରେ। ୟୁରିଆ, ମଧୁମେହ, ରକ୍ତଚାପ ଇତ୍ୟାଦି ଯାଞ୍ଚ ପରେ ରୋଗୀର ଆଞ୍ଜିଓଗ୍ରାମ୍‌ କରାଯାଇଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ ଉପରୋକ୍ତ ନିୟମାବଳୀ ସାଙ୍ଗକୁ ୩୫ ବର୍ଷ ଅତିକ୍ରମ କଲାପରେ ବର୍ଷକୁ ଥରେ ନିଜର ଶରୀରର ପରୀକ୍ଷା କରାଇନେବା ଉଚିତ।

ନିୟମିତ ସ୍କ୍ରିନିଂ ନିହାତି ଆବଶ୍ୟକ

କଠିନ ବ୍ୟାୟାମ ପୂର୍ବରୁ ନିଜ ଶରୀରକୁ ଯଥେଷ୍ଟ ପରିମାଣରେ ଜଳୀୟ ଅଂଶର ସନ୍ତୁଳନ ନକରି ମାତ୍ରାଧିକ ବ୍ୟାୟାମ କଲେ ରକ୍ତ ମୋଟା ହୋଇ ଜମାଟ ବାନ୍ଧିଥାଏ। ବିଶେଷତଃ କୋଲେଷ୍ଟ୍ରଲ୍‌ ଜମା ହୋଇଥିଲେ ଧମନୀ ଫାଟିବାର ସମ୍ଭାବନା ଥାଏ। ଏଥିଯୋଗୁଁ ସମସ୍ତେ ଜାଣିବା ଉଚିତ ଯେ ମାତ୍ରାଧିକ ବ୍ୟାୟାମ କରିବା ପୂର୍ବରୁ ହୃତ୍‌ପିଣ୍ଡର ସ୍କ୍ରିନିଂ ନିହାତି ଆବଶ୍ୟକ। ଛାତିରେ ଯନ୍ତ୍ରଣା ବା ଅସ୍ବାଭାବିକ ଅନୁଭବ ହେଲେ ହୃତ୍‌ପିଣ୍ଡ ସମସ୍ୟାକୁ ସୂଚାଇ ଦିଏ ତେଣୁ ଏହାର କାରଣ ଜାଣିବା ପାଇଁ ପରୀକ୍ଷା କରିବାର ନିହାତି ଆବଶ୍ୟକତା ରହିଛି। ମନେ ରଖନ୍ତୁ ଅନେକ ସମୟରେ ଲକ୍ଷଣ ଦେଖାଯିବା ବେଳକୁ ଏହି ରୋଗ ବହୁତ ଆଗକୁ ବଢ଼ିଯାଇ ଥାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories