www.samajalive.in
Friday, December 12, 2025
16.1 C
Bhubaneswar

୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଫୁଲବାଣୀ: ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲା ଯୋଜନା ଓ ସଂଖ୍ୟାନ ଉପିନିର୍ଦ୍ଦେଶକ ଭୀମସେନ ବାରଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲୋନବିଷଙ୍କ ଜନ୍ମ ଜୟନ୍ତୀଙ୍କୁ ସ୍ମରଣ କରାଯାଇଥିଲା। ଦିବସ ପାଳନ ଅବସରରେ ଚଳିତ ବର୍ଷର ବିଷୟ ଥିବା ଜିଲା ସ୍ତରରେ ଆଧିକାରିକ ପରିସଂଖ୍ୟାନର ଶକ୍ତିକରଣ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଏଥିରେ ଅତିଥିଭାବେ ଜିଲା ସ୍ତରୀୟ ଅଧିକାରୀ ଅତୁଲ ଚନ୍ଦ୍ର ପ୍ରଧାନ, ଆଶିଷ୍‌‌ କୁମାର ଦିଗାଲ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ସହକାରୀ ଉପିର୍ଦ୍ଦେଶକ ପ୍ରଶାନ୍ତ କହଁର, ସଚିଦାନନ୍ଦ ଦାସ, ସ୍ୱାତୀ ଅନୁଷ୍ଠାନର ସଂପାଦକ ଇଂ.ହରି ଶଙ୍କର ରାଉତ ପ୍ରମୁଖ ଅତିଥିଭାବେ ଯେଗାଦେଇ କନ୍ଧମାଳ ଜିଲାର ଗ୍ରାମିଣ ଅଞ୍ଚଳରେ ସମାବେଶୀ ବିକାଶ ଓ ସ୍ଥାୟୀ ପ୍ରଗତି ଉପରେ ନିଜ ନିଜର ବକ୍ତବ୍ୟ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ସ୍ତରୀୟ ଅନ୍ୟ ଅଧିକାରୀ, ଶିକ୍ଷାବିତ୍‌‌, ଛାତ୍ରଛାତ୍ରୀ, ବୁଦ୍ଧଜୀବି ଏବଂ ଜିଲା ଯୋଜନା ଓ ନିରୀକ୍ଷଣ ଏକକର ବୃତ୍ତିଜୀବିମାନେ ଯୋଗଦେଇ କନ୍ଧମାଳ ଜିଲାର ୧୭୧ ଟି ଗ୍ରାମ ପଞ୍ଚାୟତ ଏବଂ ୨୫୧୫ଟି ଗ୍ରାମରେ କଲ୍ୟାଣକାରୀ ଯୋଜନା ଗୁଡ଼ିକ କାର୍ଯକାରି କରିବାରେ ପରିସଂଖ୍ୟାନ ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ପରିସଂଖ୍ୟାନ କ୍ଷେତ୍ର ପରିଦର୍ଶିକା ଦେବସ୍ମିତା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲା କାର୍ଯ୍ୟାଳୟର ଚିତ୍ତ ରଂଜନ ସାହୁ, ସୁଭମ ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories