www.samajalive.in
Wednesday, December 10, 2025
26.1 C
Bhubaneswar

ଚେମେଣାରେ ବସକୁ ପିଟିଲା ଟ୍ରକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା ନିକଟରେ ୪୯ ନଂ ଜାତୀୟ ରାଜପଥରେ ଆଜି ପୂର୍ବାହ୍ନରେ କେନ୍ଦୁଝରରୁ କରଞ୍ଜିଆ ଯାଉଥିବା କଲ୍ୟାଣୀ ନାମକ ଏକ ଯାତ୍ରୀବାହୀ ବସକୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଛି। ଦୁର୍ଘଟଣାରେ ଯାତ୍ରୀବାହୀ ବସର ପଛପାର୍ଶ୍ଵ କ୍ଷତିଗ୍ରସ୍ତ ହେବା ସହ ବସରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀ ମାନଙ୍କୁ ଖିରେଇ ଟାଙ୍ଗରି ପଥକର ଫାଟକ ରୋଗୀଯାନରେ ଚିକିତ୍ସା ପାଇଁ କେନ୍ଦୁଝର ନିଆ ଯାଇଥିବାବେଳେ ତୁରୁମୁଙ୍ଗା ପୁଲିସ ଦୁର୍ଘଟଣାର ତଦନ୍ତ କରୁଛି। ଟ୍ରକ ଧକ୍କାରେ ବସଟି ରାସ୍ତା ତଳକୁ ଚାଲି ଯାଇଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକ ଓ ଏହାର ଚାଳକକୁ ପୁଲିସ ଅଟକ ରଖିଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories