ଆରଡି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ଥିବା କୋଇଲେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ବିଦ୍ଯାଳୟ ଏକ ଘରର ତାଲା ଭାଙ୍ଗି ଛାତ୍ରଛାତ୍ରୀଙ୍କ ମଧ୍ଯାହ୍ନ ଭୋଜନ ନିମନ୍ତେ ଗଛିତ ଥିବା ୭ ବସ୍ତା ଚାଉଳ ସହ ଗୋଟେ ଫ୍ଯାନ ଚୋରୀ କରି ନେଇଥିବା ଆରଡି ଫାଣ୍ଡିରେ ଅଭିଯୋଗ ହୋଇଛି। ତାହାସହ ସ୍କୁଲ ପରିସର ଭିତରେ ଥିବା ଅଙ୍ଗନବାଡି କେନ୍ଦ୍ରର ମୁଖ୍ୟ ଫାଟକ ତାଲା ଭାଙ୍ଗିବା ସହ ଗଡ଼ରେଜ ଭାଙ୍ଗି ଥିବା ମଧ୍ୟ ଅଙ୍ଗନବାଡି କର୍ମୀ ଅଭିଯୋଗ କରିଛନ୍ତି। ଗତକାଲି ଅର୍ଥାତ ଶନିବାର ସ୍କୁଲ ଛୁଟି ପରେ ପ୍ରଧାନଶିକ୍ଷକ ତାଲା ପକାଇ ଘରକୁ ପଳାଇଥିଲେ। ରବିବାର ଛୁଟି ଥିଲେ ମଧ୍ଯ ବିଦ୍ଯାଳୟ କାର୍ଯ୍ୟାଳୟ ଖୋଲା ଥିବା ଦେଖି ଗାଁ ଲୋକ ଦେଖି ବିଦ୍ଯାଳୟର ପ୍ରଧାନଶିକ୍ଷକଙ୍କୁ ଖବର ଦେଇଥିଲେ। ଖବର ପାଇ ପ୍ରଧାନଶିକ୍ଷକ ଆସି ଦେଖିଲା ବେଳକୁ ଅଫିସ ଭିତରେ ଥିବା ମଧ୍ୟାହ୍ନ ଭୋଜନ ଚାଉଳ ସାତ ବସ୍ତା ନଥିବା ବେଳେ ଏକ ପଙ୍ଖା ମଧ୍ୟ ନାହିଁ। ତୁରନ୍ତ ପ୍ରଧାନଶିକ୍ଷକ ଆରଡ଼ି ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



