ସମାଜ ଡିଜିଟାଲ ଡେସ୍କ: ଶରଧାବାଲି ଦଳାଚକଟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ଅବହେଳା ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ଵୀକାର କରି ଏହା ଅକ୍ଷମଣୀୟ ବୋଲି କହିଛନ୍ତି। ଏଥିପାଇଁ ସେ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଦଳାଚକଟା ଘଟଣାରେ ସୁରକ୍ଷାର ଅବହେଳା ନେଇ ତୁରନ୍ତ ତଦନ୍ତ କରାଯିବ। ଏ ଦଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅବହେଳା ପାଇଁ ସେ ଏବଂ ତାଙ୍କ ସରକାର ବ୍ୟକ୍ତିଗତ ଭାବେ କ୍ଷମା ମାଗୁଛୁ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସ’ରେ କହିଛନ୍ତି।
ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା…
— Mohan Charan Majhi (@MohanMOdisha) June 29, 2025



