www.samajalive.in
Friday, December 5, 2025
20.1 C
Bhubaneswar

କ୍ଷତିଗ୍ରସ୍ତ ଆତଙ୍କବାଦୀ ଶିବିରର ପୁନଃନିର୍ମାଣ କରୁଛି ପାକିସ୍ତାନ

ଇସଲାମାବାଦ: ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କବାଦୀ ଶିବିର ଓ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ଆରମ୍ଭ ହୋଇଛି। ସେନା, ଆଇଏସ୍‌ଆଇ ଓ ଅନ୍ୟ ସରକାରୀ ସଂସ୍ଥା ସହାୟତାରେ ପାକିସ୍ତାନ ସରକାର ଏହାର ପୁନଃନିର୍ମାଣ ଓ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ବାହାବଳପୁରସ୍ଥିତ ମୁଖ୍ୟାଳୟର ପୁନଃନିର୍ମାଣ କାର୍ଯ୍ୟ ଏଥିମଧ୍ୟରେ ଗୁରୁତ୍ବପୂର୍ଣ୍ଣ। ତା’ଛଡ଼ା ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ତଥା ସୀମାନ୍ତରେ ଧ୍ବସ୍ତ ଆତଙ୍କବାଦୀ ଶିବିର ଓ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ପାଇଁ ଆଇଏସ୍‌ଆଇ ଓ ସେନା ପାଣ୍ଠି ଯୋଗାଉଛନ୍ତି। ପୁନଃନିର୍ମାଣରେ ଏଗୁଡ଼ିକ ରାଡାର ବା କୌଣସି ଗୁଇନ୍ଦା ଯନ୍ତ୍ରରେ ଠାବ ହୋଇନପାରିବା ଏବଂ ବିମାନ ଆକ୍ରମଣର ପ୍ରତିରୋଧ କରିପାରିବା ଭଳି ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଉଛି।

ଇତିମଧ୍ୟରେ ଆନ୍ତର୍ଜାତିକ ସୀମା (ଏଲଓସି) ନିକଟସ୍ଥ ୪ଟି ଲଞ୍ଚପ୍ୟାଡ୍‌କୁ କାର୍ଯ୍ୟକ୍ଷମ କରାଯାଇଛି ଓ ଏଥିରେ ଅତ୍ୟାଧୁିନକ ଜ୍ଞାନକୌଶଳ ବିନିଯୋଗ ହୋଇଥିବା ଗୁଇନ୍ଦା ସୂତ୍ରରୁ ପ୍ରକାଶ। ମେ’ ୭ରେ ଭାରତ ଆକ୍ରମଣରେ ଜୈସ୍‌-ଇ-ମହମ୍ମଦ, ଏସ୍କର-ଇ-ତଏବା ଓ ହିଜ୍‌ବୁଲ ମୁଜାହିଦ୍ଦିନର ୯ ଆତଙ୍କବାଦୀ ଶିବିର ଧ୍ବଂସ ପାଇଥିଲା। ସେଥିମଧ୍ୟରେ ଥିଲା ଜୈସ୍‌ର ମୁଖ୍ୟାଳୟ। ଏବେ ଲୁନି, ପୁଟୱାଲା, ଉମ୍‌ରାନ୍‌ୱାଲି, ଛପ୍ରାର, ଫରୱାର୍ଡ କାହୁଟା, ଛୋଟା ଛକ, ଜାନ୍‌ଗ୍ଲୋରା ଏବଂ ତାଇପୁ ଓ ଜାମିଲା ପୋଷ୍ଟଠାରେ ଥିବା ଶିବିରଗୁଡ଼ିକର ନିର୍ମାଣ ଚାଲିଛି। ଏତଦ୍‌ ବ୍ୟତୀତ ପିଓକେ ଅନ୍ତର୍ଗତ କେଲ୍‌, ସାର୍‌ଦି, ଦୁଧ୍‌ନିୟାଲ, ଅଠମୁକାମ୍‌, ଜୁରା, ଲିପା ଉପତ୍ୟକା, ପଛିବାନ୍‌ ଚମନ୍‌, ତାଣ୍ଡପାନି, ନୈଆଲି, ଜାନ୍‌କୋଟ, ଛକୋଟି, ନିକାଇଲ ଓ ଫରୱାର୍ଡ କାହୁଟାରେ ଅବସ୍ଥିତ ୧୩ଟି ଆତଙ୍କୀ ଲଞ୍ଚପ୍ୟାଡ୍‌ର ଉନ୍ନୟନ କାର୍ଯ୍ୟ ଜାରି ରହିଛି। କାର୍ଯ୍ୟକ୍ଷମ ହୋଇଥିବା ଏଲଓସି ନିକଟସ୍ଥ ୪ଟି ଲଞ୍ଚପ୍ୟାଡ୍‌ ହେଉଛି ମସ୍‌ରୁର୍‌ ବଡ଼ାଭାଇ, ଛରପାର, ଲୁନି ଓ ସାକରଗଡ଼ସ୍ଥିତ ଡ୍ରୋନ୍‌ କେନ୍ଦ୍ର। ଏଗୁଡ଼ିକୁ ସେନାର ପାକିସ୍ତାନ ରେଞ୍ଜର ମଧ୍ୟ ବ୍ୟବହାର କରିଥାଏ। ଏଗୁଡ଼ିକୁ ପୂର୍ବପରି ବଡ଼ ଆକାରରେ ନରଖି ଅଲଗା ଛୋଟ ଛୋଟ ଭାଗରେ ବିଭକ୍ତ କରାଯାଇଛି; ଯାହାଦ୍ବାରା କୌଣସି ଆକ୍ରମଣରେ ଅଧିକ କ୍ଷତି ହେବନାହିଁ। ପ୍ରତି ଛୋଟ ଶିବିରରେ ନିଜସ୍ବ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା ରହିଛି; ଯାହା କି ସେନାର ସ୍ବତନ୍ତ୍ର ତାଲିମପ୍ରାପ୍ତ ଯବାନ, ଥର୍ମାଲ ସେନ୍‌ସର, ନିମ୍ନ ଫ୍ରି​‌େ​‌କ୍ବନ୍ସି ବିଶିଷ୍ଟ ରାଡାର ବ୍ୟବସ୍ଥା ଓ ଡ୍ରୋନ୍‌ ନିରୋଧୀ ଜ୍ଞାନକୌଶଳ ଦ୍ବାରା ଋଦ୍ଦିମନ୍ତ। ଏହା ମାଧ୍ୟମରେ ଆଇଏସ୍‌ଆଇ ସୀମାନ୍ତରେ ନୂଆ ଖେଳ ଆରମ୍ଭ କରିଥିବା ସୂଚନା ମିଳିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ନିକଟରେ ବାହାବଳପୁରଠାରେ ଆଇଏସ୍‌ଆଇ ଅଧିକାରୀଙ୍କ ଉପସ୍ଥିତିରେ ଉପରୋକ୍ତ ତିନି ଆତଙ୍କବାଦୀ ସଂଗଠନ ସହିତ କାଶ୍ମୀରରେ ସକ୍ରିୟ ଥିବା ଦି ରେଜିଷ୍ଟାନ୍ସ ଫୋର୍ସର ନେତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories