ସମାଜ ଡିଜିଟାଲ ଡେସ୍କ: ଶରଧାବାଲିରେ ରବିବାର ଭୋର ୪ଟାରେ ଘଟିଥିବା ଦଳାଚକଟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚିକିତ୍ସା ପାଇଁ ମୁମ୍ବଇରେ ଥିବା ନବୀନ ଘଟଣା ବିଷୟରେ ଅବଗତ ହେବା ପରେ ଦୁଃଖ ପ୍ରକାଶ କରିଛନ୍ତି। ଦଳାଚକଟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ନବୀନ କହିଛନ୍ତି, ରଥଯାତ୍ରା ବିଭ୍ରାଟ ହୋଇଥିଲା। ଭିଡ଼ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେଲେ। ଅଧବାଟରେ ରଥ ଅଟକିଲା। ଏହାକୁ ମହାପ୍ରଭୁଙ୍କ ଇଚ୍ଛା କହି ସରକାର ଏଡ଼ାଇ ଦେଲେ। ଏହାର ଦିନକ ପରେ ଆଉ ଏକ ବଡ଼ ଅଘଟଣ ଘଟିଲା। ସରକାରଙ୍କ ଅବହେଳା ପାଇଁ ଏହା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ଏହା ସରକାରଙ୍କ ଏକ ଆପରାଧିକ ଅବହେଳା। ଆଡପ ବିଜେ, ବାହୁଡ଼ାଯାତ୍ରା ଆସୁଛି। ସରକାର ଏବେଠୁ ସତର୍କ ହୋଇଯାଆନ୍ତୁ ବୋଲି ନବୀନ କହିଛନ୍ତି।



