ସମାଜ ଡିଜିଟାଲ ଡେସ୍କ: ରତ୍ନ ସିଂହାସନରୁ ଓହ୍ଲାଇ ଆସିଛନ୍ତି କାଳିଆ ଠାକୁର । ଭାଇ ଭଉଣୀଙ୍କ ପହଣ୍ଡି ପରେ ଶେଷରେ ଟାହିଆ ହଲେଇ, ଝୁଲି ଝୁଲି ଆସୁଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ବଡଦାଣ୍ଡରେ ଶଙ୍ଖ, ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହୋଇଛି ପୁରା ପରିବେଶ । କଆଳିଆ ସାଆନ୍ତଙ୍କୁ ଦେଖି ଭାବବିହ୍ୱଳ ହୋଇଛନ୍ତି ଭକ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ମା ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପରେ ବଡଠାକୁର ଶ୍ରୀବଳଦେବଙ୍କୁ ପହଣ୍ଡିରେ ଆଣି ରଥାରୁଢ କରାଯାଇଛି ।
Popular Categories



