www.samajalive.in
Saturday, December 6, 2025
16.1 C
Bhubaneswar

ସମିତି ସଭ୍ୟ ମୃତ୍ୟୁ ଘଟଣା: କୋକସରା ଆଇଆଇସିଙ୍କ ଅବହେଳାକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କଲା ଆଦିବାସୀ ସଂଘ

ଲଡୁଗାଁ: କୋକସରା ପୁଲିସର ଅବହେଳା ଯୋଗୁଁଁ ଜଣଙ୍କର ଜୀବନ ଚାଲିଯାଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ପହଞ୍ଚିଛି। କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତର ସମିତିସଭ୍ୟ ଦେବେନ୍ଦ୍ର ଧରୁଆଙ୍କୁ ଉକ୍ତ ଗ୍ରାମର ଯୁବକ ଚିତ୍ତ ରଞ୍ଜନ ଗହୀର ଟଙ୍କା ନେଣଦେଣ ଘଟଣାକୁ ନେଇ ଗତ କିଛିଦିନ ହେବ ଗାଳିଗୁଲଜ, ଜୀବନରେ ମାରି ଦେବାକୁ ଓ ମାନସିକସ୍ତରରେ ନିର୍ଯାତନା ଧମକ ଦେଇ ଆସୁଥିଲା। ଯାହାର ପ୍ରମାଣ ମୃତ ଦେବେନ୍ଦ୍ରଙ୍କ କଲ୍ ରେକର୍ଡ଼ରୁ ଜଣାପଡ଼ିଛି। ଏହାପରେ ପ୍ରାଣ ଭୟରେ ଦେବେନ୍ଦ୍ର ଜୁନ୍ ୧୬ ତାରିଖରେ କୋକସରା ଥାନାକୁ ଅଭିଯୋଗ ପାଇଁ ଆସିଥିଲେ। କିନ୍ତୁ ଥାନା ଅଧିକାରୀଙ୍କ ଦେବେନ୍ଦ୍ରଙ୍କୁ ଅବହେଳା ପ୍ରଦର୍ଶନ କରି ତାଙ୍କୁ ମାନସିକସ୍ତରରେ ଦୁର୍ବଳ କରିଦେଇଥିଲା। ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମାନସିକ ଚାପଗ୍ରସ୍ତ ହୋଇ ମଙ୍ଗଳବାର ସେ ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା।

ଘଟଣାକୁ ନେଇ କୋକସରା ବ୍ଲକ ଆଦିବାସୀ ସଙ୍ଘ ଅତ୍ୟନ୍ତ ମର୍ମାହତ ହେବାସହ କୋକସରା ଥାନା ଆଇଆଇସିଙ୍କ ଅବହେଳାକୁ ଦାୟୀ କରି ବୁଧବାର ବ୍ଲକ ସଙ୍ଘର ସଭାପତି ହେମନ୍ତ ମାଝୀ, ସମ୍ପାଦକ ତ୍ରିନାଥ ଶବର ଓ ଅନ୍ୟ କର୍ମକର୍ତ୍ତାମାନେ ଥାନାରେ ପହଞ୍ଚି ଏକ ଦାବିପତ୍ର ଦେଇ ନିରପେକ୍ଷ ତଦନ୍ତ ଓ ଅଭିଯୁକ୍ତକୁ ଗିରଫ ଦାବି କରିଥିଲେ। ତଥାପି କୋକସରା ଥାନା ଅଧିକାରୀଙ୍କ ବ୍ୟବହାରରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଘଟଣାରେ ଜିଲ୍ଲା ଆଦିବାସୀ ସଂଘ ଉଦବେଗ ପ୍ରକାଶ କରି ଗୁରୁବାର ପୁଣି ଜିଲ୍ଲା ଆଦିବାସୀ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ଋତୁରାଜ ମାଝୀ, ଜୁନାଗଡ଼ ସଭାପତି ହୃଦାନନ୍ଦ ମାଝୀ, କୋକସରା ବ୍ଲକ ସଭାପତି ହେମନ୍ତ ମାଝୀ, ସମ୍ପାଦକ ତ୍ରିନାଥ ଶବର, ମୁକ୍ତେଶ୍ବର ନାଏକ, ଟଙ୍କଧର ଧରୁଆ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦେବେନ୍ଦ୍ର ଧରୁଆଙ୍କ ମୃତ୍ୟୁ ପାଇଁ କୋକସରା ଆଇଆଇସିଙ୍କ ଅବହେଳାକୁ ଦାୟୀ କରିବାସହ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକ ଏହି ଘଟଣା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିବା ନେଇ ଆଦିବାସୀ ସଂଘ ପକ୍ଷରୁ ଜଣାପଡ଼ିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories