www.samajalive.in
Saturday, December 13, 2025
23.1 C
Bhubaneswar

ହଟୁନି ଭୂତ ଭୟ, ଗାଁକୁ ଫେରୁନାହାନ୍ତି ଲୋକେ

ରଣପୁରଗଡ଼: ଦିନକୁ ଦିନ ଦେଶ ଖୁବ୍‌ ଆଗେଇବାସହ ବିଜ୍ଞାନ ସମୃଦ୍ଧ ହେଉଥିବାବେଳେ ଭୂତ, ପ୍ରେତ ଭୟ କିନ୍ତୁ ଲୋକଙ୍କ ମନରୁ ହଟୁନି। ଲୋକେ ଭୟଭୀତ ହୋଇ ଗାଁ ଛାଡ଼ି ପଳାଉଛନ୍ତି। ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତିର ଲୋକମାନେ ଭୂତ ପ୍ରେତଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି। ବର୍ଷ ବର୍ଷ ଧରି ଗାଁ ଛାଡ଼ି ଚାଲି ଯାଉଛନ୍ତି, ଆଉ ଗାଁକୁ ଫେରୁ ନାହାନ୍ତି। ବାସହୀନ ହୋଇ ବନ୍ଧୁ ବାନ୍ଧବ ଘରେ ଆଶ୍ରୟ ନେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଦର୍ପନାରାଣୟପୁର ଗ୍ରାମପଞ୍ଚାୟତ ଗୁଣ୍ଡୁରାବାଡି ଅନୁସୂଚିତ ଜାତି ସାହିରେ।

ପାହାଡ଼ କଡ଼ ଖୋଲରେ ଦୀର୍ଘ ବର୍ଷ ଧରି ବାସ କରୁଥିଲେ ୧୨ଟି ପରିବାର। ଭୂତ ଭୟରେ ଗାଁ ଛାଡ଼ି ଅନ୍ୟ ଗାଁ ବନ୍ଧୁବାନ୍ଧବ ଘରେ ଆଶ୍ରୟ ନେଉଛନ୍ତି ସମସ୍ତେ। ଗାଁ ଏବେ ଜଙ୍ଗଲ ପାଲଟିଲାଣି। ଚାରିଆଡ଼ ଖାଁ ଖାଁ। ବିଦ୍ୟୁତ୍ ଖୁଣ୍ଟ, ନଳକୂପ ଓ ଅର୍ଦ୍ଧ ଭଗ୍ନ ଗୃହ ଚାହିଁ ରହିଛି ଗ୍ରାମବାସୀଙ୍କୁ। ଗାଁ ଛାଡିଥିବା ଗଦାଧର ନାୟକ କୁହନ୍ତି, ବିଳମ୍ୱିତ ରାତିରେ ପାହାଡ଼ ପଟରୁ ବିକଟାଳ ରାବ ସାଙ୍ଗକୁ ମହିଳା ସ୍ୱରରେ କ୍ରନ୍ଦନ ଶୁଭିଲା। ଗ୍ରାମର ଦୁଇଜଣ ନବ ବିବାହିତ ଯୁବକଙ୍କ ସହ ଅନ୍ୟ ଦୁଇ ଜଣ ହଠାତ୍ ରକ୍ତବାନ୍ତି କରି ମରିଗଲେ। ଗ୍ରାମରେ ଶୋକର ବାତାବରଣ ସାଙ୍ଗକୁ ଭୟ ସୃଷ୍ଟି ହେଲା। ରକ୍ତବାନ୍ତିରେ ମୃତ ପରିବାର ନିକଟସ୍ଥ ଗୁଣିଆଠାରୁ ଠାକୁରାଣୀ ସବାର ମହିଳାଙ୍କୁ ପରାମର୍ଶ କଲେ। ସେମାନେ କହିଲେ ଗାଁକୁ ଭୂତ ଗ୍ରାସିଛି ସମସ୍ତଙ୍କୁ ମାରିଦେବ। ଘଟଣା ଗାଁ ସାରା ପ୍ରଚାରପରେ ସବୁ ପରିବାର ଗାଁ ଛାଡ଼ି ନିଜ ନିଜର ବନ୍ଧୁବାନ୍ଧବ ଘରେ ଏବେବି ଆଶ୍ରିତ। ଗାଁ ଛାଡିବା ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ସଚେତନତା ପାଇଁ ଉଦ୍ୟମ କରି ଚୁପ୍ ରହିଲା। ୫ ବର୍ଷ ବିତିଲାଣି, ମନରୁ ଭୂତ ଭୟ ହଟୁନି। ଲୋକେ ଗାଁକୁ ଫେରୁ ନାହାଁନ୍ତି। ନୟାଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ କୁହନ୍ତି, ବିଡିଓଙ୍କୁ କହି ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଅନ୍ୟତ୍ର ଅନ୍ତୋଦ୍ଵୟ ଗୃହ ଯୋଜନାରେ ଗାଁ ଛାଡିଥିବା ବାସହୀନ ପରିବାରଙ୍କୁ ଥଇଥାନ କରାଯିବ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories