ପୁରୀ : ମହାପ୍ରଭୁଙ୍କ ମୋଦକ ଚୋରି ସତ ବୋଲି କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ । ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ୭୦ଟି ମୋଦକ କମିବା ସତ କଥା । କିଏ ନେଇଥିବେ ନିଶ୍ଚିତ । ସିସିଟିଭି ଦେଖି ରାଜ୍ୟ ସରକାର ଏହାର ତଦନ୍ତ କରନ୍ତୁ। ମାତ୍ର ଦୀଘା ପଠାଯାଇଥିବା କଥାକୁ ଖଣ୍ଡନ କରି ଏହା ମିଛ କଥା ବୋଲି କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ। ଏସବୁ କଥାରେ ଅଧିକ ଧ୍ୟାନ ନଦେଇ ରଥଯାତ୍ରା କଥା ଚିନ୍ତା କରନ୍ତୁ ବୋଲି ମଧ୍ୟ କହିଛନ୍ତି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ନେଇ ବଡଠାକୁରଙ୍କ ବାଡଗ୍ରାହୀ ଦଳଧର ଦାସ ମହାପାତ୍ର କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି କିଛି ଲୋକ ବାହାଦୂରୀ ନେବାକୁ ଏଭଳି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ମୋଦକ ଚୋରି ହୋଇନାହିଁ, ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି । ମହାପ୍ରଭୁଙ୍କ ମୋଦକ କେବେ ଗଣତି ହୁଏନାହିଁ । ବାହାଦୂରୀ ନେବାକୁ ଏଭଳି କହିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ।
ଖୁବ୍ ଶୀଘ୍ର ଧନଶକ୍ତି ରାଜଯୋଗ ; ଏହି ୩ ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ହେବେ ଧନୀ, କିଣିବେ ଘର, ଗାଡି, ଜମି..



