www.samajalive.in
Sunday, December 7, 2025
26.1 C
Bhubaneswar

ଗିରଫ ଭୟରେ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ ଅଭିଯୁକ୍ତ

ମଙ୍ଗଳପୁର : ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁରରେ ଅସଦାଚରଣ ଅଭିଯୋଗ। ଗିରଫ ଭୟରେ ବିଷ ପିଇଦେଲେ ଯୁବକ । ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍ ହେପାଜତରେ ଅନିଲର ଚିକିତ୍ସା ଜାରି ରହିଛି।  ସେପଟେ ଅଭିଯୁକ୍ତ ଅନିଲ ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛି। ମିଳିଥିବା ସୂଚନା ଅନୁସାରେ  ଦଶରଥପୁର ଥାନା ଅଧୀନ କରଞ୍ଜମାଳ ତରାଙ୍ଗ ସାଗରପୁର ଗାଁର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଦିଲ୍ଲୀରୁ ଆସିଥିବା ବେଳେ ତାଙ୍କ ବାନ୍ଧବୀ ମଧ୍ୟ ତାଙ୍କ ସହିତ ଦିଲ୍ଲୀରୁ ଆସିଥିଲେ। ରବିବାର ସନ୍ଧ୍ୟାରେ ଯାଜପୁର ବିରଜା ମନ୍ଦିର ଦର୍ଶନ ସାରି ଉଭୟେ ବସ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଭଦ୍ରକ ପଡିଆ ସିମେଣ୍ଟ ଗୋଦାମ ନିକଟରେ ଦୁଇଜଣ ଯୁବକ ଅନିଲ ଜେନା ଏବଂ ନୀତେଶ ଜେନା ହଠାତ୍ ତପସ୍ୱିନୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଟଣାଓଟରା କରିଥିଲେ। ଏଥିସହ ଉଭୟେ ସେମାନଙ୍କ ପୋଷାକ ଟଣାଓଟରା କରିଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories