www.samajalive.in
Sunday, December 14, 2025
15.1 C
Bhubaneswar

ପନ୍ତଙ୍କ ୨ୟ ଶତକ, ଇଂଲଣ୍ଡକୁ ୩୭୧ ରନର ବିଜୟ ଲକ୍ଷ୍ୟ

ସମାଜ ଡିଜିଟାଲ ଡେସ୍କ: ଲିଡ୍ସ ଟେଷ୍ଟରେ ଭାରତୀୟ ଉଇକେଟ କିପର ରୁଷଭ ପନ୍ତ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଉଇକେଟ କିପର ଭାବେ ସେ ଗୋଟିଏ ଟେଷ୍ଟରେ ଲଗାତର ୨ଟି ଇନିଂସରେ ଦୁଇଟି ଶତକ ହାସଲ କରିଛନ୍ତି। କେ.ଏଲ. ରାହୁଲଙ୍କ ୧୩୭ ରନ ଏବଂ ପନ୍ତଙ୍କ ୧୧୮ ରନ ବଳରେ ଭାରତ ୪ର୍ଥ ଦିନରେ ୩୬୪ ରନରେ ଅଲଆଉଟ ହୋଇଯାଇଛି। ପ୍ରଥମ ଇନିଂସରେ ଭାରତ ୪୭୧ ରନ କରି ୬ ରନରେ ଆଗୁଆ ଥିଲା। ଇଂଲଣ୍ଡ ପ୍ରଥମ ଇନିଂସ​‌ରେ ୪୬୫ ରନ କରିଥିଲା। ଫଳରେ ଇଂଲଣ୍ଡକୁ ଭାରତ ୩୭୧ ରନର ବିଜୟ ଲକ୍ଷ୍ୟ ଦେଇଛି। ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ଓ ଜୋସ ଟଙ୍ଗ ୩ଟି ଲେଖାଏ ଉଇକେଟ ​‌ନେଇଥିବାବେଳେ ସୋଏବ ବାଶିର ୨ଟି ଏବଂ ବେନ ଷ୍ଟୋକ୍ସ ଓ କ୍ରିସ ଓ୍ବକ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories