www.samajalive.in
Sunday, December 14, 2025
23.1 C
Bhubaneswar

ଆମେରିକା ସେନା ଘାଟିରେ ଇରାନର କ୍ଷେପଣାସ୍ତ୍ର ମାଡ଼

ସମାଜ ଡିଜିଟାଲ ଡେସ୍କ: ଆମେରିକା ଦ୍ଵାରା କରାଯାଇଥିବା ଅପରେସନ ‘ମିଡନାଇଟ ହାମର’ର କଡ଼ା ଜବାବ ଦେଇଛି ଇରାନ। ସୋମବାର ରାତିରେ ଇରାନ ଆମେରିକା ସେନା ଘାଟି ଉପରେ ଆକ୍ରମଣ କରିଛି। କାତାରରେ ଥିବା ଆମେରିକୀୟ ସେନା ଘାଟି ଏଆଇ ଉଦେଦ ଉପରେ ଇରାନ ପକ୍ଷରୁ ୬ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହି ସେନା ଘାଟିଟି ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠୁ ବଡ଼ ବିମାନ ଘାଟି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ଏହାର ଶବ୍ଦ କାତାର ରାଜଧାନୀ ଦୋହା ଏବଂ ଲୁସେଲ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା।

ଇରାନର ଏହି ଆକ୍ରମଣ ପରେ କାତାର ସରକାର ସତର୍କତାମୂଳକ ପଦକ୍ଷେପ ସ୍ଵରୂପ ନିଜର ବାୟୁସୀମାକୁ ବନ୍ଦ କରିଦେଇଛନ୍ତି। ଇରାନର ସରକାରୀ ଟେଲିଭିଜନ ଏହି ଆକ୍ରମଣର ଫୁଟେଜକୁ ପ୍ରସାରଣ କରିଛି। ଏହା ଆମେରିକା ଆକ୍ରମଣର ଗୋଟିଏ ଶକ୍ତିଶାଳୀ ଏବଂ ସଫଳ ଜବାବ ବୋଲି ଇରାନ କହିଛି। ଇରାନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଆମେରିକା ଆମ ପରମାଣୁ ଘାଟି ଉପରେ ଯେତିକି ସଂଖ୍ୟକ ବୋମା ମାଡ଼ କରିଥିଲା, ଆମେ ସେହି ପରିମାଣର କ୍ଷେପଣାସ୍ତ୍ର ମାଡ଼ କରିଛି। ଆକ୍ରମଣ କରାଯାଇଥିବା ସ୍ଥାନ ସହରାଞ୍ଚଳ ଏବଂ ଆବାସିକ ଅଞ୍ଚଳଠାରୁ ବହୁ ଦୂରରେ ଥିଲା। ଆମ ପଡ଼ୋଶୀ ବନ୍ଧୁ କାତାର ପାଇଁ ଆକ୍ରମଣ କୌଣସି ବିପଦ ସୃଷ୍ଟି କରିନାହିଁ ବୋଲି ଇରାନ କହିଛି।

- Advertisement -

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଆମେରିକା ପକ୍ଷରୁ ଇରାନର ଫୋର୍ଡୋ, ନତାଞ୍ଜ ଏବଂ ଇସଫହାନ ପରମାଣୁ ଘାଟି ଉପରେ ଶକ୍ତିଶାଳୀ ବୋମା ମାଡ଼ କରାଯାଇଥିଲା, ଯାହା ନାଁ ଦିଆଯାଇଥିଲା ଅପରେସନ ମିଡନାଇଟ ହାମର।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories