www.samajalive.in
Sunday, December 14, 2025
15.1 C
Bhubaneswar

ଆଶାକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ରାୟପୁରରୁ ଧରା ପଡ଼ିଲା ଅଭିଯୁକ୍ତ ସାନ

ଲଡୁଗାଁ : ଧରା ପଡ଼ିଲା ଅଭିଯୁକ୍ତ ସାନ ଓରଫ୍ କୁଶ ନାଏକ  । କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜନୈକ ଆଶା କର୍ମି ହସ୍ପିଟାଲରେ ଶୌଚ ପାଇଁ ଯାଇଥିବା ସମୟରେ ସାନ ମହିଳା ଶୌଚାଳୟରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା  ଓ ଆଶାକର୍ମୀ ଚିତ୍କାର କଲାପରେ ଚମ୍ପଟ ମାରିଥଲା।  ଏ ନେଇ  ଗତ ୪ ତାରିଖରେ କୋକସରା ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ମହିଳା ଥାନା ଅଧିକାରୀ ସ୍ନିଗ୍ଧାରାଣି ସୁନା  ଉଁ ଚୁଁ  କରି ନ ଥିବା ଆଶା କର୍ମୀ କହିଥିଲେ ।  ୯ ତାରିଖରେ  ବ୍ଲକ ଆଶା ସଙ୍ଘ ଓ ୧୩ ତାରିଖରେ ଜିଲ୍ଲା ଓ ରାଜ୍ୟ ଆଶା ସାମୁଖ୍ୟ ସମେତ ରାଷ୍ଟ୍ରୀୟ ମାନବାଧିକାର କାଉନସିଲ୍ କୋକସରା ଥାନା ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋକସରା ଥାନାରୁ କୌଣସି ଫଳ ମିଳି ନ ଥିଲା । ପରେ  ଭାରତୀୟ ମାନବ ଅଧିକାର କାଉନ୍ସିଲ ଓ ଆଶା ସଙ୍ଘର ଏକ ପ୍ରତିନିଧି ଦଳ ରାଜ୍ୟ ସଭାପତି ମହମ୍ମଦ ମୁସ୍ତାଫା, ଜିଲ୍ଲା ସଭାପତି ଅନିଲ କୁମାର ସାହୁ,ଜିଲ୍ଲା ସଂଯୋଜକ ଧବଳେଶ୍ବର ପାନ, ଆଶା ସାମୁଖ୍ୟ ରାଜ୍ୟ ସଙ୍ଘ ନେତ୍ରୀ ପଙ୍କଜିନି ନାୟକ, ଜିଲ୍ଲା ସଭାପତି ସୂର୍ଯ୍ୟକାନ୍ତି ନାଏକ ୧୮ ତାରିଖ ଦିନ କଳାହାଣ୍ଡି ଏସପିଙ୍କୁ ଭେଟି କୋକସରା ଥାନା ଆଇଆଇସି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନ ଥିବା ଓ ଅଭିଯୁକ୍ତକୁ ଗିରଫ କରିବା ପାଇଁ କୌଣସି ଠୋସ ପଦକ୍ଷେପ ନେଇ ନଥିବା ଅଭିଯୋଗ ସହ ପିଡିତା ଆଶାକର୍ମିଙ୍କୁ ନ୍ୟାୟ ପ୍ରଦାନ ଅଭିଯୁକ୍ତକୁ ଗିରଫ ପାଇଁ  ଦାବି କରିଥିଲେ ।

ଏ ଘଟଣା ନେଇ ଦୈନିକ ଖବରକାଗଜ ସମାଜରେ “ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ପୀଡ଼ିତା” ଶୀର୍ଷକ ପ୍ରକାଶିତ ପରେ  ଟୁଇଟର ଗାର୍ଲ୍ ଦୀପା ବାରିକ ଏକ୍ସ୍ ମାଧ୍ୟମରେ   ସି ଏମ୍ ଓ ଓଡ଼ିଶା, ଡି ଜି ପି, ସି ଆଇ ଡି , ଏସ ପି କଳାହାଣ୍ଡିଙ୍କୁ  ନ୍ୟାୟ ପାଇଁ  ହାସଟ୍ୟାଗରେ #justicefor ASHA ବୋଲି ଏକ୍ସ କରିଥିଲେ ।  ଘଟଣାକୁ ଗୁରୁତ୍ୱ ଦେଇ ଏସ.ପି ଙ୍କ ନିର୍ଦ୍ଦେଶ ପରେ ପୁଲିସ ପକ୍ଷରୁ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଆରମ୍ଭ ହେଲା ତନାଘନା  । କୌଣସି ସୂତ୍ରରୁ ଖବର ମିଳିବା ପରେ ଅଭିଯୁକ୍ତ ଯୁବକ କୁଶ ନାଏକକୁ ପଡୋଶୀ ରାଜ୍ୟ ଛତିଶଗଡ଼, ରାୟପୁରରୁ ଗିରଫ କରିଥିଲା  ପୁଲିସ । ଏହି ଘଟଣାରେ ଅଭିଯୁକ୍ତ କୁଶ ନାଏକକୁ ଶନିବାର କୋକସରା ପୁଲିସ କୋର୍ଟ ଚାଲାଣ କରିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories